fbpx

ବିଡ଼ା ବିଡ଼ା ଟଙ୍କା ଚୋବାଇ ସ୍ୱାହା କଲା କୁକୁର: ମାଲିକ କହିଲେ ଥିଲା ୩.୩୨ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ ପୋଷା ଜୀବଙ୍କୁ ରଖିବାକୁ ବେଶ ପସନ୍ଦ କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକ ବିଲେଇ ଏବଂ କୁକୁରଙ୍କୁ ପେଷା ଭାବରେ ଗ୍ରହଣ କରିଥାନ୍ତି । ତେବେ ସେମାନଙ୍କୁ ଘରେ ରଖିବା ଦ୍ୱାରା ମାଲିକମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେବେ ହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ଆମେରିକାର ପେନସିଲଭାନିଆରେ । ଗୋଟିଏ ପୋଷା କୁକୁର ମାଲିକଙ୍କର ନଗଦ ୪,୦୦୦ ଡଲାର ବା ୩.୩୨ ଲକ୍ଷ ଟଙ୍କା ଚୋବାଇଯାଇଛି ।

ତେବେ ଆନ୍ତର୍ଜାତୀୟ ପ୍ରସାରଣ କମ୍ପାନୀ ‘BBC’ ଦେଇଥିବା ସୂଚନା ଅନୁଯାୟୀ, ଘରର ପାଚେରୀ ଉଠାଇବା ପାଇଁ କୁକୁରର ମାଲିକ କ୍ଲେଟନ ଏବଂ ତାଙ୍କ ସ୍ତ୍ରୀ କ୍ୟାରୀ ଲ’ ବ୍ୟାଙ୍କରୁ ଏକା ଥରକେ ୪,୦୦୦ ଡଲାର ଉଠାଇଥିଲେ । ତେବେ ଏହାକୁ ଏକ ଲଫାପାରେ ଭର୍ତ୍ତି କରି ସେ ରଖିଦେଇଥିଲେ । ବ୍ୟକ୍ତିଙ୍କ ଘରେ ଏକ ‘ଗୋଲ୍ଡେନଡୁଡଲ’ ପ୍ରଜାତିର ଏକ ପୋଷା କୁକୁର ଥିଲା ଯାହାର ନାମ ସେମାନେ ରଖିଥିଲେ ‘ସିସିଲି’ । ତେବେ ଟଙ୍କା ରଖିବାର ପ୍ରାୟ ଅଧଘଣ୍ଟା ପରେ କ୍ଲେଟନ ଦେଖିଲା ବେଳକୁ ତାଙ୍କ ପ୍ରିୟ କୁକୁର ସମସ୍ତ ଟଙ୍କା ଚୋବାଇ ଚିରି ଖଣ୍ଡ ଖଣ୍ଡ କରି ଦେଇଛି ।

ତେବେ ଏହା ଦେଖି କ୍ଲେଟନ ତୁରନ୍ତ କ୍ୟାରିଙ୍କୁ ଚିକ୍ରାର କରି କହିଥିଲେ ଯେ ସିସିଲି ୪୦୦୦ ଡଲାର ଖାଉଛି । ଏକଥା ଶୁଣି କ୍ୟାରୀଙ୍କର ହୃଦଘାତ ହେବା ଭଳି ମନେ ହୋଇଥିବା ବୋଲି କହିଛନ୍ତି କ୍ୟାରୀ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ- ସିସିଲି ବେଶ ଶାନ୍ତ ସ୍ୱଭାବର । କିନ୍ତୁ ତା’ର ଏପରି କାର୍ଯ୍ୟ ଆମକୁ ଖୁବ ଆଘାତ ଦେଇଛି ।

କୁକୁର ଚୋବାଇ ଯାଇଥିବା ଟଙ୍କାରୁ ଅଧିକାଂଶ ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ୪୫୦ ଡଲାର ମିଳୁ ନଥିବା କହିଛନ୍ତି ଦମ୍ପତ୍ତି । ଏହା ପରେ ସେମାନେ କୁକୁରକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ଯାଇଥିଲେ । କିନ୍ତୁ କୁକୁର ସୁସ୍ଥ ଥିବା ଡାକ୍ତର ସେମାନଙ୍କୁ କହିଛନ୍ତି ।

ତେବେ ଏହା ପରେ ଉଭୟ ସ୍ୱାମୀ ସ୍ତ୍ରୀ ବ୍ୟାଙ୍କରେ ପହଞ୍ଚି ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ କହିଥଲେ ଯେ- ଏଭଳି ଘଟଣା ଅନେକ ସମୟରେ ଘଟିଥାଏ । ତେବେ ଟଙ୍କାର କ୍ରମିକ ସଂଖ୍ୟା ବା ସିରିଏଲ ନମ୍ବର ଦେଖାଯାଉଥିଲେ ବ୍ୟାଙ୍କ୍ ତାହାକୁ ଫେରାଇ ନେବ ।

Get real time updates directly on you device, subscribe now.