fbpx

Google, FB, Amazon ଭଳି ବଡ କମ୍ପାନୀରେ ମିଳିବନି ନିଯୁକ୍ତି! ଭାରତରେ ବି ଦେଖାଯାଉଛି ପ୍ରଭାବ…

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ବେରୋଜଗାରୀ ସବୁଠୁ ବଡ ଚିନ୍ତା ପାଲଟିଛି । ଏବେ ଭାରତରେ FAAMNG (Facebook (Meta), Amazon, Apple, Microsoft, Netflix, Google (Alphabet)) କମ୍ପାନୀର ୪ ହଜାରରୁ କମ୍ ଜବ୍ ଓପନିଙ୍ଗ ରହିଛି । ଜୁଲାଇ ପରେ ଏହାର ନିଯୁକ୍ତିରେ ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି କମ୍ପାନୀଗୁଡିକ ୯ ହଜାର ପୋଷ୍ଟରେ ନିଯୁକ୍ତି ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । ରିପୋର୍ଟ ଅନୁସାରେ, ଜୁଲାଇ ମାସରେ କେବଳ ଭାରତରେ ଏହି କମ୍ପାନୀଗୁଡିକର ପ୍ରାୟ ୪୦ ହଜାର ଜବ୍ ଓପନିଙ୍ଗ ରହୁଥିଲା । ଗତ ସପ୍ତାହରେ ବଡ ଟେକ୍ କମ୍ପାନୀଗୁଡିକର ସେୟାରରେ ହ୍ରାସ ଦେଖାଯାଇଛି । କାରଣ ଭବିଷ୍ୟତକୁ ନେଇ କମ୍ପାନୀ ଏବେଠୁ ସତର୍କ ହେଉଛି ।

କର୍ମଚାରୀଙ୍କ ପ୍ରଡକ୍ଟିଭିଟି ଏବଂ ଛଟେଇ ଚିନ୍ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ତେଣୁ କର୍ମଚାରୀଙ୍କ ସଂଖ୍ୟା କମ୍ କରିବା ସହ ହାୟରିଙ୍ଗରେ ମଧ୍ୟ ମାନ୍ଦାବସ୍ଥା ଦେଖାଯାଇଛି । ତେବେ ‘ମେଟା’ର ଫାଇନାନ୍ସିଆଲ ଅଫିସର ଡେବ ୱେନର କହିଥିଲେ ଯେ, ସର୍ବୋତ୍ତମ ଦିଗରେ କାମ କରିବା ପାଇଁ ବିଭିନ୍ନ ପରିବର୍ତ୍ତନ କରିବାକୁ ହେବ ଏବଂ ହାୟରିଙ୍ଗ ଟିକିଏ କମ୍ ହେବ । ଏହାସହିତ ୨୦୨୩ ଶେଷ ସୁଦ୍ଧା କମ୍ପାନୀ ବର୍ତ୍ତମାନର ସମାନ କିମ୍ବା ୟାଠୁ ଆହୁରି ଛୋଟ ହୋଇପାରେ ବୋଲି କହିଛନ୍ତି ସିଇଓ ମାର୍କ ଜୁକରବର୍ଗ ।

ସେହିପରି ମେଟା, ଆମାଜନ, ଆଲଫାବେଟ ଏବଂ ମାଇକ୍ରୋସଫ୍ଟରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା କମ ହୋଇପାରେ । ଏହି ପରୀପ୍ରେକ୍ଷୀରେ ଆଲଫାବେଟ କମ୍ପାନୀ କହିଛି ଯେ, କେବଳ ମହତ୍ତ୍ୱପୂର୍ଣ୍ଣ ଭୂମିକା ପାଇଁ ହାୟାରିଙ୍ଗ ଜାରି ରହିବ । ସେପଟେ ମାଇକ୍ରୋସଫ୍ଟ ସାରା ଦେଶରେ ପ୍ରାୟ ୧ ହଜାର କର୍ମଚାରୀଙ୍କ ଛଟେଇ କରିଛି । ତେବେ କେବଳ ବୈଶ୍ୱିକ କମ୍ପାନୀ ଏହି ହାୟାରିଙ୍ଗକୁ ଧିମା କରିଛି ତା ନୁହେଁ, ଭାରତର ବଡ କମ୍ପାନୀଗୁଡିକ ମଧ୍ୟ ଗତ କିଛି ଦିନରେ ସମାନ ଘଟଣାର ସାମନା କରୁଛି ।

Get real time updates directly on you device, subscribe now.