fbpx
BSKY
BJD MC SKY
BJD MS SKY

ଏକ ତରଫା ପ୍ରେମକୁ ନେଇ ଛୁରାମାଡ ; ଅଳ୍ପକେ ବର୍ତ୍ତିଲା ଇଂଜିନିୟରିଂ ଛାତ୍ରୀଙ୍କ ଜୀବନ

କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାର ଲାଗିଛି । ଖାସ କରି ପ୍ରେମ ବ୍ୟାପାରକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । କିଏ ପ୍ରେମ ପାଇଁ ନିଜ ଜୀବନ ହାରୁଛି ତ ଆଉ କିଏ ପ୍ରମ ପାଇଁ ଅନ୍ୟର ଜୀବନ ନେଉଛି । ଏହିସବୁ ମଧ୍ୟରେ ଏହି ପ୍ରେମକୁ ନେଇ ପୁଣି ଏକ ମାମାଲା ଦେଖିବାକୁ ମିଳିଛି । ଯାହାକି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କଟକ ଜିଲ୍ଲା ସଗର ଥାନା ଅର୍ନ୍ତଗତ ପ୍ରତାପ ନଗରୀ ଅଞ୍ଚଳ ନିକଟରେରେ ଜଣେ ଯୁବକ ଏକ ଇଂଜିନିୟରିଂ ଛାତ୍ରୀକୁ ଛୁରାମାଡ କରିଛି । ଫଳରେ ଛାତ୍ରୀ ଜଣକ ଗୁରୁତର ଆହାତ ହୋଇଛନ୍ତି ।ତାଙ୍କୁ ବର୍ତ୍ତମାନ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଛାତ୍ରୀ ଜଣକ କଲେଜ ସାରି ଘରକୁ ଚାଲି ଚାଲି ଫେରୁଥିବା ସମୟରେ ଏପରି ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଏକ ତରଫା ପ୍ରେମକୁ ନେଇ ଯୁବକ ଜଣକ ଏପରି କରିଥିବା ଜଣା ପଡିଛି । ତେବେ ଯୁବକ ଜଣକ ଛୁରାମାଡ କରି ଘଟଣା ସ୍ଥଳରୁ ଚମ୍ପଟ ମିରିଥିବା ବେଳେ, ଛୁରାମାଡରେ ଛାତ୍ରୀ ଜଣଙ୍କ ହାତ ଏବଂ ଜଙ୍ଘରେ ଗୁରୁତର ଆହାତ ହୋଇଛି । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.