fbpx

କାମରେ ସୃଷ୍ଟି ହେବ ବାଧା, ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଅଶୁଭ ରହିବ ଏପ୍ରିଲ ମାସ

AAKASH

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅଙ୍କ ଜ୍ୟୋତିଷ (Numerology) ବ୍ୟକ୍ତିର ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏହା ଦ୍ୱାରା ବ୍ୟକ୍ତିର ଭବିଷ୍ୟତ ବିଷୟରେ ସହଜରେ ଜାଣି ହେବ । ଏପ୍ରିଲ ମାସରେ ରାହୁର ପ୍ରଭାବ ଅଧିକ ରହିବ । ଏହି ମାସ କିଛି ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ପ୍ରଦାନ କରୁଥିବା ବେଳେ କିଛି ବ୍ୟକ୍ତିଙ୍କ ପାଇଁ ଅଶୁଭ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ମୂଳାଙ୍କ ରାଶିଙ୍କ ପାଇଁ ଏପ୍ରିଲ ମାସ ଅଶୁଭ ରହିବ ।

୧. ମୂଳାଙ୍କ ୧(Numerology Number 1): ଯଦି ଆପଣଙ୍କ ଜନ୍ମ ମାସର ୧,୧୦, ୧୯ କିମ୍ବା ୨୮ ତାରିଖରେ ହୋଇଛି ତେବେ ଆପଣଙ୍କ ମୂଳାଙ୍କ ୧ । ତେବେ ଏପ୍ରିଲ ମାସ ମୂଳାଙ୍କ ୧ ବ୍ୟକ୍ତିଙ୍କ ପାଇଁ କିଛି ଖାସ ରହିବ ନାହିଁ । ଆପଣଙ୍କ ଅଧିକାଂଶ କାର୍ଯ୍ୟରେ ବାଧା ଦେଖାଦେଇପାରେ । ଚ୍ୟାଲେଞ୍ଜି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ମାନ ସମ୍ମାନ ଉପରେ ଆଞ୍ଚ୍ ଆସିପାରେ । ଏହି ମାସ କୌଣସି ନୂଆ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ ହାନି ହେବାର ସମ୍ଭାବନା ରହିଛି ।

୨. ମୂଳାଙ୍କ ୩ (Numerology Number 3): ଯଦି ଆପଣଙ୍କ ଜନ୍ମ ମାସର ୩, ୧୨, ୨୧ କିମ୍ବା ୩୦ ତାରିଖରେ ହୋଇଥାଏ ତେବେ ଆପଣଙ୍କ ମୂଳାଙ୍କ ହେଉଛି ୩ । ଏପ୍ରିଲ ମାସରେ ଆପଣ ଅଧିକାଂଶ କାର୍ଯ୍ୟରେ ନକାରାତ୍ମକ ଫଳାଫଳ ମିଳିବ । ଆପଣଙ୍କୁ ଧୈର୍ଯ୍ୟ ଏବଂ ଗମ୍ଭୀରତାର ସହ କାର୍ଯ୍ୟ କରିବାକୁ ହେବ । ଏପ୍ରିଲ ମାସରେ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ଛାତ୍ରଛାତ୍ରୀ ପରିଶ୍ରମ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

୩. ମୂଳାଙ୍କ ୫ (Numerology Number 5): ଯଦି ଆପଣଙ୍କ ଜନ୍ମ ମାସର ୫, ୧୪ କିମ୍ବା ୨୩ ତାରିଖରେ ହୋଇଥିବ ତେବେ ଆପଣଙ୍କ ମୂଳାଙ୍କ ହେଉଛି ୫ । ଏପ୍ରିଲ ମାସ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ନାହିଁ । ଆପଣଙ୍କୁ କାର୍ଯ୍ୟରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ । କୌଣସି କାର୍ଯ୍ୟକୁ ତରବରିଆ ଭାବରେ କରନ୍ତୁ ନାହିଁ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ପାର୍ଟନରଙ୍କ ସହ ତିକ୍ତତା ଦେଖାଯାଇପାରେ ।

Get real time updates directly on you device, subscribe now.