fbpx
BSKY
BJD YOUTH SKY
BJD MS SKY

AI କହିବ ଆପଣ କେବେ ମରିବେ! ଏହି Death Calculator ରେ ଜଣାପଡିବ ତାରିଖ ଏବଂ ଟାଇମ!

ନୂଆଦିଲ୍ଲୀ: ଜୀବନରେ ମୃତ୍ୟୁ କେତେବେଳେ ଆସିବ ତାହା କେହି ମଧ୍ୟ କହିପାରିବେ ନାହିଁ । ଲଗାତାର ପରିବର୍ତ୍ତିତ ଟେକନିକରେ ଅନେକ ଅସମ୍ଭବ ଜିନିଷ ସମ୍ଭବ ହେବାରେ ଲାଗିଛି । ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ ଚାଲୁଛି । ଯାହା ନୂଆ-ନୂଆ କାର୍ଯ୍ୟକଳାପ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହା ଅପଡେଟ ହେବା ସହ ମଣିଷ ଦୁନିଆକୁ ମଧ୍ୟ ବଦଲାଇବାରେ ଲାଗିଛି । ବର୍ତ୍ତମାନ ଏଆଇ ଜରିଆରେ ଲୋକଙ୍କ ମୃତ୍ୟୁର ତାରିଖ ଏବଂ ସମୟର ଭବିଷ୍ୟବାଣୀ ବିଷୟରେ ଅନୁସନ୍ଧାନ କରାଯାଉଛି ।

ଏହା ଭୟଙ୍କର ଅଟେ ହେଲେ ଅନେକ ଲୋକ ଏହି କଥାକୁ ଜାଣିବା ପାଇଁ ଉତ୍ସାହ ପ୍ରଦର୍ଶନ କରନ୍ତି, ତାଙ୍କୁ ମୃତ୍ୟୁ କିପରି ହେବ । ଏହି କଥା ଜାଣିବା ଲାଗି ଲୋକମାନେ ଆଷ୍ଟ୍ରୋଲୋଜୀ ପାଖକୁ ଯାଆନ୍ତି, ହେଲେ ଏହାର ସଠିକ ଉତ୍ତର ତାଙ୍କୁ ମିଳିନାହିଁ । ୟୁରୋପୀୟ ଦେଶ ଡେନମାର୍କରେ ବୈଜ୍ଞାନିକ ଏଆଇ ଟେକନିକର ବ୍ୟବହାର କରି ଏହି ବିଷୟରେ ଜାଣିବାକୁ ପ୍ରୟାସ କରୁଛନ୍ତି ଯେ, ଆପଣଙ୍କୁ ମୃତ୍ୟୁ କେବେ ହେବ ।

ଟେକନିକାଲ ୟୁନିର୍ଭସିଟି ଅଫ ଡେନମାର୍କର ପ୍ରଫେସର ସୁନ ଲେହମନ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟେଷ୍ଟିଙ୍ଗ ପାଇଁ ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ୬୦ ଲକ୍ଷ ଲୋକଙ୍କ ସହ ଜଡ଼ିତ ସ୍ୱାସ୍ଥ୍ୟ ଏବଂ ଲେବର ମାର୍କେଟ ଡାଟାର ବିଶ୍ଳେଷଣ କରାଯାଇଛି । ଏହି ଜରିଆରେ ଡେଟ ପ୍ରିଟିକ୍ଟର ୭୮ ପ୍ରତିଶତ ସଠିକତା ସହ ଭଲ ଡାଟା ଦେଖାଉଛନ୍ତି । ଲିମ୍ୟାନ କହିଛନ୍ତି ଯେ, ଏହା ଯେକୌଣସି ଜିନିଷର ଭବିଷ୍ୟବାଣି କରିପାରିବ । ଆମେ ପ୍ରତି ବ୍ୟକ୍ତିଙ୍କ ଜୀବନରେ ଘଟିବାକୁ ଥିବା ଘଟଣାର ସ୍ୱିକ୍ୱେନ୍ସ ପ୍ରସ୍ତୁତ କରାଯାଇଛି ଏବଂ ବିସ୍ଲେଷଣ ପାଇଁ ଚାଟଜିପିଟିର ପୂର୍ବ ଟେକନଲୋଜୀର ବ୍ୟବହାର କରିଛନ୍ତି ।

Get real time updates directly on you device, subscribe now.