fbpx

ସାବଧାନ୍! ୭୦ ବର୍ଷ ପରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ‘ଗ୍ରୀନ ସଇତାନ୍’: ପୃଥିବୀ ସହ ହେବ କି ଧକ୍କା?

ଓଡ଼ିଶା ଭାସ୍କର: ମହାକାଶରେ ଘୁରି ବୁଲୁଛନ୍ତି ଲକ୍ଷ ଲକ୍ଷ ଆଷ୍ଟ୍ରଏଡ ଏବଂ ତାରକାପୁଞ୍ଜ । ଏହା ସହିତ ଘୁରି ବୁଲୁଛି ନୀଳ ରଙ୍ଗର ଏକ ‘ସଇତାନ୍’ । ଯାହା ଖୁବଶୀଘ୍ର ପୃଥିବୀ ଆଡ଼କୁ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି । ଏହାର ଆକାର ପ୍ରାୟତଃ ଏକ ସହର ଭଳି ହେବ । ତେବେ ଏହା ଭିତରେ କେବଳ ବରଫ ଏବଂ ପଥର ଭରି ରହିଛି । ତେଣୁ ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ ଏହାର ପରିଣାମ କ’ଣ ହେବ ତାହାକୁ ନେଇ ଏବେ ଭୟ ସୃଷ୍ଟି ହୋଇଛି ।

ମହାକାଶରେ 12P/Pons-Brooks ନାମକ ଏକ ଧୂମକେତୁ ଘୁରି ବୁଲୁଛି । ଯାହାକୁ ‘ଗ୍ରୀନ ସିଗନାଲ’ ବୋଲି କୁହାଯାଏ । ବର୍ତ୍ତମାନ ଏହା ସୂର୍ଯ୍ୟଙ୍କ ଆଡ଼କୁ ଦ୍ରୁତ ଗତିରେ ଯାଉଛି । କିନ୍ତୁ ଖୁବଶୀଘ୍ର ଏହା ପୃଥିବୀକୁ ଆସିବ ବୋଲି ଜାଣିବାକୁ ମିଳିଛି । ତେବେ ଏହା ମଧ୍ୟରେ ବରଫ ଥିବା ବେଳେ ଏହି ବରଫକୁ ଚାରି ପାଖରୁ ଆଲୋକ ଏବଂ ବଳୟ ଘେରି ରହିଛି । ଟ୍ରିକ ସାହାଯ୍ୟରେ ଏହାର ପଟୋ ମଧ୍ୟ ଦେଖିବାକୁ ମିଳିଛି । ଏହି ‘ଗ୍ରୀନ ସଇତାନ’ ଧୂମକେତୁର ଆକାର ପ୍ରାୟ ଏକ ସହର ଆକୃତିର ହେବ ବୋଲି ଅନୁମାନ କରାଯାଉଛି । ଚଳିତବର୍ଷ ଏହା ପୃଥିବୀର ନିକଟତର ହେବ । ଏହାର ଚାରି ପାଖରେ ନୀଳ ରଙ୍ଗର ଆଲୋକ ବାହାରିଥାଏ, ତେଣୁ ଏହାକୁ ଗ୍ରୀନ ସଇତାନ୍ ବୋଲି କୁହାଯାଏ । ଏହାର ଚଉଡ଼ା ପ୍ରାୟ ୧୭ କିଲୋମିଟର ହୋଇଥିବା ବେଳେ ଏହା ଭିତରେ ବରଫ ଏବଂ ପଥର ଭରି ରହିଛି । ପ୍ରାୟ ୭୧ ବର୍ଷରୁ ଏହା ସୂର୍ଯ୍ୟ ଚାରିପାଖରେ ଘୁରି ବୁଲୁଛି ।

ଏହାର କେନ୍ଦ୍ରର ଚାରିପାଖରେ ବରଫ, ଗ୍ୟାସ ଏବଂ ଧୂଳି ଜମା ହୋଇ ରହିଛି । ଏହାକୁ କୋମା କୁହାଯାଏ । ଏଥିରୁ ଧୂମକେତୁର କେନ୍ଦ୍ରରେ ଥିବା ପଦାର୍ଥ ଧିରେ ଧିରେ ବାହାରକୁ ଆସିଥାଏ । ଏହା ହେଉଛି ଧୂମକେତୁ କ୍ରାୟୋବାଲକେନିକ । ଅର୍ଥାତ ଏହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ, ଏଥିରେ ଥିବା ବରଫ ତରଳିବାରେ ଲାଗେ, ଯାହାକୁ କ୍ରାୟୋମେଗ୍ମା ବୋଲି ମଧ୍ୟ କୁହାଯାଏ । ବର୍ତ୍ତମାନ ଏହି ଗ୍ରୀନ୍ ଡେଭିଲ୍ କମେଟ୍ ସୂର୍ୟ୍ୟକିରଣରେ ଟିକିଏ ଅଧିକ ଉଜ୍ଜ୍ୱଳ ରହିଛି । ଗତ ବର୍ଷ ଜୁଲାଇ ମାସରେ ଏହା ୬୯ ବର୍ଷ ପରେ ମହାକାଶରେ ଦୃଶ୍ୟମାନ ହୋଇଥିଲା । ଏହା ଆମ ସୂର୍ୟ୍ୟ ଆଡକୁ ଆସୁଥିବା ବେଳେ କ୍ରମାଗତ ଭାବରେ ବିସ୍ଫୋରଣ ହେଉଥିବା ଜାଣିବାକୁ ମିଳିଛି । ଏଥିରୁ ବରଫ ଆଗ୍ନେୟଗିରି ଉତ୍ପନ୍ନ ହେଉଛି ।

ମାର୍ଚ୍ଚ ୯, ୨୦୨୪ ରେ ଜ୍ୟୋତିର୍ବିଜ୍ଞାନୀ ଜନ ଏରିକ୍ ୱାଲେଷ୍ଟାଦ ଏହାର ନୂତନ ଚିତ୍ର ଉଠାଇଥିଲେ। ଏହି ଫଟୋଗୁଡ଼ିକ ୟୁରୋପର ଉତ୍ତର ଦେଶ ନରୱେରୁ ନିଆଯାଇଥିବା ବେଳେ ଏହି ଫଟୋ ଏବେ ଭାଇରାଲ ହେଉଛି । ଏଥିପାଇଁ ସେ ସ୍ୱତନ୍ତ୍ର ପ୍ରକାରର କ୍ୟାମେରା ଏବଂ ସଫ୍ଟୱେର୍ ବ୍ୟବହାର କରିଥିଲେ । ଯାହାଫଳରେ କୋମା ଅଧ୍ୟୟନ କରିହେବ । ବର୍ତ୍ତମାନ ଏହି ଧୂମକେତୁ ସୌପ୍ରଣାଳୀର ଭିତର ଅଂଶରେ ଘଣ୍ଟା ପ୍ରତି ୬୪,୫୦୦ କିଲୋମିଟର ବେଗରେ ସୂର୍ୟ୍ୟ ଆଡକୁ ଗତି କରୁଛି । ୨୪ ଏପ୍ରିଲ ୨୦୨୪ ରେ ଏହା ସୂର୍ୟ୍ୟଙ୍କ ନିକଟତର ହେବ । ଏହି ଗ୍ରୀନ୍ ଡେଭିଲ୍ ଧୁମକେତୁ ଜୁନ୍ ୨, ୨୦୨୪ ରେ ପୃଥିବୀର ନିକଟତର ହେବ । ତା’ପରେ ଏହା ଖାଲି ଆଖିରେ ଖୋଲା ଆକାଶରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.