fbpx

ହାତରେ ପୁଅ ନାଁର ଟାଟୁ କଲେ ବିକ୍ରାନ୍ତ, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

ମୁମ୍ବାଇ: ବିଶିଷ୍ଟ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘12th Fail’ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ କିଣିଥିଲେ ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି । ଏହି ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟିଥିଲା । ଏହି ଫିଲ୍ମର ସଫଳତା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା । ଗତ ମାସ ବିକ୍ରାନ୍ତ ମେସୀ ଏବଂ ତାଙ୍କ ପତ୍ନୀ ଶୀତଲ ଠାକୁର ଏକ ପୁତ୍ର ସନ୍ତାନର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ଦମ୍ପତ୍ତି ସେମାନଙ୍କ ପୁଅର ନାମ ସ୍ନେହରେ ରଖିଛନ୍ତି ‘ବରଦାନ’ । ବର୍ତ୍ତମାନ ବିକ୍ତାନ୍ତ ମେସୀ ତାଙ୍କ ପୁଅ ପାଇଁ ଏପରି କିଛି କରିଛନ୍ତି ଯାହା ସବୁବେଳେ ସ୍ମରଣୀୟ ରହିବ ।

ବଲିଉଡ୍ ଆକ୍ଟର ୩୬ ବର୍ଷୀୟ ବିକ୍ରାନ୍ତ ମେସି ନିଜ ଜୀବନର ଉତ୍ତମ ମୁହୂର୍ତ୍ତ ଉପଭୋଗ କରୁଛନ୍ତି । ପିତା ହେବାର ଖୁସିକୁ ସେ ଭିନ୍ନ ରୂପ ଦେଇଛନ୍ତି ଯାହା ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ହାତରେ ପୁଅ ‘ବରଦାନ’ଙ୍କ ନାଁର ଏକ ଟାଟୁ କରି କ୍ୟାପସନରେ ଲେଖିଛନ୍ତି, ‘ଏଡିସନ୍ କିମ୍ବା ଆଡିକସନ୍‌, ମୋତେ ଦୁଇଟି ପ୍ରିୟ’ । ପୁଅ ବରଦାନ ନାଁର ଟାଟୁ ତଳେ ତା’ର ଜନ୍ମ ତାରିଖ ମଧ୍ୟ ରହିଛି । ଏହି ଟାଟୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନିଜ ଗେହ୍ଲା ପୁଅ ପାଇଁ ଏଭଳି ସ୍ୱିଟ୍ ଜେଶ୍ଚରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । କହିରଖୁଛୁ ୨୦୨୨ ଫେବୃଆରୀରେ ବିକ୍ରାନ୍ତ ଏବଂ ଶୀତଲ ବିବାହ କରିଥିଲେ ।

 

 

 

Get real time updates directly on you device, subscribe now.