fbpx
BSKY SKY
BSKY SKY

ବିିଶ୍ୱର ସବୁଠାରୁ ମହଙ୍ଗା ହେବ ୨୦୨୪ ଲୋକସଭା ନିର୍ବାଚନ, ଜାଣନ୍ତୁ କେତେ ହେବ ଖର୍ଚ୍ଚ ଓ ଏହା କିଏ କରିଥାଏ

BSKY

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲୋକସଭା ନିର୍ବାଚନ ୨୦୨୪ ଲାଗି ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ପଡୋଶୀ ଦେଶ ପାକିସ୍ତାନର ମୋଟ ବାର୍ଷିକ ବଜେଟ୍‌ର ଏକ ତୃତୀୟାଂଶରୁ ବି ଅଧିକ । ଏହି ରାଶି ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ବି ୨ଗୁଣ ଅଧିକ । ଏଠାରେ ସୂଚାଇ ଦିଆଯାଇପାରେ କି ଭାରତରେ ମୋଟ ମତଦାତାଙ୍କ ସଂଖ୍ୟା ୟୁରୋପର ସମସ୍ତ ଦେଶର ଜନସଂଖ୍ୟାରୁ ବି ଅଧିକ ।

ଦେଶରେ ୭ ପର୍ଯ୍ୟାୟରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନର ଆରମ୍ଭ ୧୯ ଏପ୍ରିଲରୁ ହେବ । ଏହାସହିତ ଜୁନ୍ ୧ରେ ଶେଷ ପର୍ଯ୍ୟାୟ ସହିତ ମତଦାନ ଶେଷ ହେବ । ଜୁନ୍ ୪ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ । ଦେଢମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନିର୍ବାଚନ କେବଳ ଦେଶ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହେବ । ଏହି କ୍ରମରେ ଆସନ୍ତୁ ଜାଣିବା ଲୋକସଭା ନିର୍ବାଚନ ୨୦୨୪ରେ ମୋଟ କେତେ ଖର୍ଚ୍ଚ ହେବ ।

ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍‌ର ଏକ ରିପୋର୍ଟ ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନରେ ମୋଟ ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୦ରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ଏତିକି ଅର୍ଥରାଶି ଖର୍ଚ୍ଚ ହୋଇଥିଲା । ଏହି ଅର୍ଥ ୨୦୧୯ ଲୋକସଭା ନିର୍ବାଚନରେ ହୋଇଥିବା ଖର୍ଚ୍ଚ ତୁଳନାରେ ୨ ଗୁଣ ଅଧିକ । ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏହା ବିଶ୍ୱର ସବୁଠାରୁ ମହଙ୍ଗା ନିର୍ବାଚନ ହେବ ।

ଏହି ନିର୍ବାଚନୀ ଖର୍ଚ୍ଚରେ ନିର୍ବାଚନ କମିଶନଙ୍କ ସମସ୍ତ କାର୍ଯ୍ୟରୁ ଆରମ୍ଭ କରି ଭୋଟର ଆଇଡି କାର୍ଡ ପ୍ରସ୍ତୁତି, ପୋଲିଂ ବୁଥ୍‌,ସୁରକ୍ଷା ବ୍ୟବସ୍ଥା, ଇଲେକ୍ଟ୍ରିକ୍ ଭୋଟିଂ ମେସିନ୍ ଖର୍ଚ୍ଚ, ସଚେତନତା ଅଭିଯାନ ଖର୍ଚ୍ଚ ସାମିଲ ରହିଛି । ନିର୍ବାଚନର ପୁରା ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇଥାନ୍ତି । ଅନ୍ତରୀଣ ବଜେଟ୍ ୨୦୨୪ରେ ନିର୍ବାଚନ ଲାଗି ୨,୪୪୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ୧୦୦୦କୋଟି ଟଙ୍କା ଲୋକସଭା ନିର୍ବାଚନ ଲାଗି ଆବଣ୍ଟିତ ହୋଇଛି ।

Get real time updates directly on you device, subscribe now.