Breaking: ଖରାରୁ ମିଳିବ ତ୍ରାହି, ଆସନ୍ତାକାଲିଠୁ ମେ ୧ ତାରିଖ ଯାଏଁ ବର୍ଷା !
ପ୍ରଚଣ୍ଡ ଖରାରୁ ମିଳିବ ମୁକ୍ତି। ଆସନ୍ତାକାଲିଠାରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
ଭୁବନେଶ୍ୱର: କିଛି ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଏବେ ମିଳିବାକୁ ଯାଉଛି ଆଶ୍ୱସ୍ତି। କାରଣ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏବେ ରାଜ୍ୟରେ ଯେଉଁଭଳି ଖରା ତାତି ହେଉଛି ସମସ୍ତେ ଖୋଜୁଛନ୍ତି ବର୍ଷା ଟୋପେ। ଆଉ ଯାହା ଏବେ ହେବାକୁ ଯାଉଛି। ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ପାଖାପାଖି ୫ ଦିନ ଯାଏଁ ଅର୍ଥାତ୍ ମେ ୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କାଲି ମୟୁରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାନେଇ ଆକଳନ କରାଯାଇଛି। ଏହାସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଏହି ସମୟରେ ପବନର ବେଗ ରହିବ ୩୦ରୁ ୪୦ କିମି।