fbpx
BJD
BJD SKY
BJD SKY

(video)ଲଣ୍ଡନରେ ମାହିଙ୍କ ଜଲୱା: ଧୋନୀଙ୍କ ସହ ସେଲ୍ଫି ପାଇଁ ରାସ୍ତାରେ ଲାଗିଗଲା ଭିଡ

BJD

ନୂଆଦିଲ୍ଲୀ: ଏହା ସତ ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ଜଗତରୁ ଅବସର ନେଇ ସାରିଛନ୍ତି କ୍ୟାପଟେନ କୁଲ ମାହି । କିନ୍ତୁ ଫ୍ୟାନ୍ସମାନଙ୍କ ମଧ୍ୟରେ ଏବେ ବି ତାଙ୍କ କ୍ରେଜ ପୂର୍ବ ଭଳି ରହିଛି । ଏବେ ବି ମଇଦାନରେ ଧୋନୀଙ୍କୁ ମିସ କରୁଛନ୍ତି କୋଟି କୋଟି ପ୍ରଶଂସକ । ଭାରତର ପ୍ରତିଟି ମ୍ୟାଚରେ ‘ମିସ ୟୁ ଧୋନୀ’, ‘କମବ୍ୟାକ ମାହି’ ଇତ୍ୟାଦି ଅନେକ ବ୍ୟାନର ଦେଖିବାକୁ ମିଳିଥାଏ । ତେବେ ଧୋନୀଙ୍କ ପ୍ରତି ଫ୍ୟାନ୍ସମାନଙ୍କ ଭଲପାଇବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଲଣ୍ଡନରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ଲଣ୍ଡନରେ ସମୟ କାଟୁଛନ୍ତି । ତେବେ ଏହି ସମୟରେ ଧୋନୀଙ୍କୁ ଦେଖି ଫ୍ୟାନ୍ସମାନଙ୍କ ଖୁସି କହିଲେ ନସରେ । ଧୋନୀ ବାହାରକୁ ଯିବା ସମୟରେ ତାଙ୍କର କିଛି ଫ୍ୟାନ୍ସ ମାହିଙ୍କ ସହ ସେଲ୍ଫି ଏବଂ ଅଟୋଗ୍ରାଫ ନେବା ପାଇଁ ତାଙ୍କୁ ପଛରେ ପଡି ଯାଇଥିଲେ । କ୍ୟାପଟେନ କୁଲଙ୍କ ସହ ସେଲ୍ଫି ପାଇଁ ରାସ୍ତାରେ ହଠାତ ଭିଡ ଜମି ଯାଇଥିଲା । ଯାହା ଫଳରେ ଧୋନୀଙ୍କୁ ସେହି ବାଟଦେଇ ଯିବା ମଧ୍ୟ କଷ୍ଟକର ହୋଇ ପଡିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖାଯାଉଛି ଯେ, କିଛି ଳୋକ ଧୋନୀଙ୍କୁ ଦେଖି ନିଜ ଗାଡି ଅଟକାଇ ଦେଇଛନ୍ତି ଏବଂ ଅନ୍ୟ କିଛି ଲୋକ ଫଟୋ ଉଠାଇବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଫ୍ୟାନ୍ସମାନଙ୍କ ଭିଡ ଭିତରୁ ଧୋନୀଙ୍କୁ ରକ୍ଷା କରି ଗାଡି ପାଖରେ ପହଞ୍ଚାଇଛନ୍ତି ସିକ୍ୟୁରିଟି । ତେବେ ଏହି ଭିଡିଓ ଓଭାଲ ମଇଦାନର ବାହାରର ଦୃଶ୍ୟ ବୋଲି କୁହାଯାଉଛି ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି । ତେବେ ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ରିଆକ୍ସନ ମଧ୍ୟ ଦେଇଛନ୍ତି । ସୂଚନା ଅନୁସାରେ ଧୋନୀ ନିଜ ଜନ୍ମଦିନ ପାଳନ କରିବା ପାଇଁ ଲଣ୍ଡନରେ ପହଞ୍ଚିଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳୁଥିବା ଟିମ ଇଣ୍ଡିଆକୁ ସପୋର୍ଟ କରିବା ପାଇଁ କଇଦାନରେ ମଧ୍ୟ ପହଞ୍ଚିଥିଲେ କ୍ୟାପଟେନ କୁଲ ।

Get real time updates directly on you device, subscribe now.