fbpx

ଚାଟିଂରେ ଅଧିକ ବ୍ୟବହାର କରାଯାଏ ଏହି ୧୨ଟି ଇଂରାଜୀ ସର୍ଟ ୱାର୍ଡସ୍, ଆପଣ ମାନେ ବି ଜାଣନ୍ତୁ

ନୂଆଦିଲ୍ଲୀ: ଯେଉଁ ସମୟରେ ସ୍ମାର୍ଟଫୋନ୍ ନଥିଲା, କେବଳ ସେଟ୍ ମୋବଇଲ ଅଧିକ ଦେଖିବାକୁ ମିଳୁଥିଲା ସେହି ସମୟରେ ବି ଲୋକମାନେ ଚାଟିଂ କରୁଥିଲେ । ହେଲେ ସେ ସମୟରେ ଚାଟିଂ ଶବ୍ଦଟି ଅଧିକ ପ୍ରଚଳନ ହେଉ ନଥିଲା । ଆଉ ଏବେ ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ଦେଖିବାକୁ ମିଳୁଛି । ଫୋନ୍ ରେ ଫେସବୁକ୍, ହ୍ୱାଟସଆପ୍ ଭଳି ମେସେଜିଂ ଆପ୍ ଦେଖିବାକୁ ମିଳୁଛି । ଏହା ଜରିଆରେ ଲୋକମାନେ ଚାଟିଂ କରିଥାନ୍ତି । ଖାସ୍ କରି କପଲ୍ ମାନେ ଅଧିକ ଏସବୁକୁ ବ୍ୟବହାର କରିଥାନ୍ତି । ଆଉ ଏଥିରେ ଶୀଘ୍ର ଟାଇପିଂ ଓ କମ୍ ସମୟରେ ଅଧିକ କଥା କହିବା ପାଇଁ କିିଛି ସର୍ଟ ୱାର୍ଡସ୍ ବ୍ୟବହାର କରାଯାଉଛି । ଏବେ ଏସବୁକୁ ଏତେ ମାତ୍ରାରେ ବ୍ୟବହାର କରାଯାଉଛି ଯେ, ସର୍ଟରେ କିଛି କଥାକୁ ଲେଖିଲେ ପୂରା କଥାକୁ ବୁଝି ହୋଇଯାଉଛି ।

ହେଲେ କିଛି ଲୋକ ରହିଛନ୍ତି ଯେଉଁ ମାନେ ଏସବୁ ୱାର୍ଡ ବିଷୟରେ ଜାଣି ନାହାନ୍ତି । ତେବେ ଚାଲନ୍ତୁ ଜାଣିବା ଚାଟିଂ ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ସର୍ଟ ୱାର୍ଡସ୍ ବିଷୟରେ । ଯାହାଆପଣଙ୍କୁ ବ୍ୟବହାର କରିବାରେ ଖୁବ୍ ସହାୟକ ହେବ ।

ହ୍ୱାଟସଆପ୍ ଚାଟିଂ ସମୟରେ LOL, LOlz ଏବଂ ROFL ଭଳି ସର୍ଟ ୱାର୍ଡ ଖୁବ୍ ବ୍ୟବହାର କରାଯାଉଛି । ଏଥିରେ LOL ର ଅର୍ଥ ହେଉଛି Laugh out loud ଅର୍ଥାତ୍ ଜୋରରେ ହସିବା । ସେହିପରି LOlz ର ଅର୍ଥ ହେଉଛି more than one laugh  ଏବଂ ROFL ର ଅର୍ଥ ହେଉଛି Rolling on the floor laughing ଅର୍ଥାତ୍ ହସି ହସି ଗଡ଼ିଯିବା ।

ଏହା ସହିତ ଆହୁରି ବି କିଛି ଶବ୍ଦ ରହିଛି । ଯେମିତି ILY, BFF  ଏବଂ IDK ଭଳି ସର୍ଟ ୱାର୍ଡସ୍ ଅଧିକ ବ୍ୟବହାର ହୋଇଥାଏ । ଏଥିରେ ILY ର ଅର୍ଥ ହେଉଛି I love you । BFF ର ଅର୍ଥ ହେଉଛି best friends forever । IDK ର ଅର୍ଥ ହେଉଛି I don’t know । ସେହିପରି ASAP, BTW, COZ   ଭଳି ୱାର୍ଡସ୍ ବି ବ୍ୟବହୃତ ହୁଏ । ASAP ର ଅର୍ଥ ହେଉଛି as soon as possible, BTW ର ଅର୍ଥ ହେଉଛି By the Way, COZ ର ଅର୍ଥ ହେଉଛି Because । ସେହିପରି RIP ର ଅର୍ଥ ହେଉଛି rest in peace, HBTU ର ଅର୍ଥ ହେଉଛି Happy birthday to you  ଓ GTSY ର ଅର୍ଥ ହେଉଛି Glad to see you ।

 

Get real time updates directly on you device, subscribe now.