fbpx

ଏହି ୫ ଲୋକ ଭୁଲ୍‌ରେ ବି ଦେଖନ୍ତୁନି ହୋଲିକା ଦହନ, ଜ୍ୟୋତିଷବିଦ୍ କଲେ ସତର୍କ

ଓଡ଼ିଶା ଭାସ୍କର:୨୫ ମାର୍ଚ୍ଚ ଅର୍ଥାତ୍ କାଲି ହୋଲି ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଆଜି ରାତିରେ ହୋଲିକା ଦହନ ହେବ । ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ଫାଲଗୁନ ପୂର୍ଣ୍ଣିମା ରାତିରେ ଧାର୍ଯ୍ୟ ମୁହୂର୍ତ୍ତରେ ହୋଲିକା ଦହନ ହୋଇଥାଏ । କିନ୍ତୁ ଏହି ୫ ପ୍ରକାରର ଲୋକ ହୋଲିକା ଦହନ ଆଦୌ ଦେଖିବା ଅନୁଚିତ ।

୧-ବିବାହ ପରେ ନବବଧୂ ନିଜ ଶ୍ୱଶୂର ଘରେ ପ୍ରଥମ ହୋଲି ପାଳିବା ଅନୁଚିତ । ନବ ବଧୂ ତାଙ୍କ ପ୍ରଥମ ହୋଲି ବାପାଙ୍କ ଘରେ ମନାଇବା ଉଚିତ । ଏହା ପଛରେ ଏକ କାରଣ ରହିଛି କି ହୋଲିକା ଯେତେବେଳେ ଅଗ୍ନିରେ ଭସ୍ମ ହେଲା ତାହାର ପରବର୍ତ୍ତୀ ଦିନ ଇଲୋଜି ସହ ତାହାର ବିବାହ ହେବାର ଥିଲା । ଇଲୋଜିର ମା’ ଯେତେବେଳେ ବରଯାତ୍ରୀ ସହ ପୁଅକୁ ଆଣି ଆସିଥିଲା ସେତେବେଳେ ହୋଲିକାର ଚିତା ଦେଖି ସେ ପ୍ରାଣତ୍ୟାଗ କରିଥିଲା । ସେବେଠାରୁ ଏହି ପ୍ରଥା ରହିଛି କି ନୂଆ ବୋହୂ ଶ୍ୱଶୂର ଘରେ ପ୍ରଥମ ହୋଲି ଦେଖିବା ଅନୁଚିତ । ଏଥିପାଇଁ ସେ ହୋଲିର କିଛି ଦିନ ପୂର୍ବରୁ ବାପଘରକୁ ଆସିଯାଏ ।
୨-ଶାଶୂ ବୋହୂ ଏକାଠି ଛିଡା ହୋଇ ହୋଲିକା ଦହନ ଦେଖିବା ଅନୁଚିତ । ଏହା କରିବା ଦ୍ୱାରା ମତଭେଦ ବଢିଯାଏ ।
୩-ଏକମାତ୍ର ସନ୍ତାନର ମାତାପିତା ବି ହୋଲିକା ଦହନ ଦେଖିବା ଅନୁଚିତ । କାରଣ ପ୍ରହଲ୍ଲାଦ ବି ହିରଣ୍ୟକଶ୍ୟପ ଓ କୟାଧୁଙ୍କ ଏକମାତ୍ର ସନ୍ତାନ ଥିଲା ।
୪-ଗର୍ଭବତୀ ମହିଳା ବି ହୋଲିକା ଦହନ ଦେଖିବା ଅନୁଚିତ ।
୫-ନବଜାତ ଶିଶୁ ବି ହୋଲିକା ଦହନ ଦେଖିବା ଅନୁଚିତ । କୁହାଯାଏ ଏହାଦ୍ୱାରା ଶିଶୁ ଉପରେ ଅଶୁଭ ଓ ନକରାତ୍ମକ ପ୍ରଭାବ ପଡିଥାଏ ।

Get real time updates directly on you device, subscribe now.