fbpx
BSKY
BJD SHG SKY
BJD MC SKY

ନିର୍ବାଚନ ପୂର୍ବରୁ ଅନୁଭବଙ୍କୁ ନେଇ ବଡ଼ ଚର୍ଚ୍ଚା: ଆଗକୁ କ’ଣ ପଦକ୍ଷେପ ନେବେ କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ ତାରିଖରେ ସାତଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଚାରିଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ । ତେବେ ନିକଟରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲେ ହେଁ ଶେଷରେ ଦୁଇ ଦଳ ଏକାକୀ ଲଢ଼ିବାକୁ ଘୋଷଣା କରିଥିଲେ ।

ସାଧାରଣ ଭାବେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ଏକ ସାଧାରଣ କଥା । ଏଭଳି ସ୍ଥିତିରେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ଉପରେ ଏବେ ସଭିଙ୍କ ନଜର ରହିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ଉକ୍ତ ଆସନରେ ବିଜେଡିର ଅଭିନେତା ଅନୁଭବ ମହାନ୍ତି ଓ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ହାଇଭୋଲଟେଜ୍ ଟକ୍କର ହୋଇଥିଲେ । ଉକ୍ତ ଲଢ଼େଇରେ ଅନୁଭବ ବିଜୟୀ ହୋଇ ସାଂସଦ ହୋଇଥିଲେ । ତେବେ ଗତ କିଛିବର୍ଷ ଧରି ପାରିବାରିକ ବିବାଦ କାରଣରୁ ଅନୁଭବ ରାଜନୀତି ଠାରୁ ଟିକେ ଦୂରେଇ ରହିଥିବା ଦେଖାଯାଇଥିଲା । ଏପରିକି ନିଜ ନିର୍ବାଚନ ମଣ୍ଡଳୀର ଅଧିକାଂଶ ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଦେଖା ମିଳିନଥିଲା ।

ତେବେ ଆଗକୁ ନିର୍ବାଚନ ଥିବାରୁ ଏନେଇ ଏବେ ଅନୁଭବଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଅନୁଭବ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଏନେଇ ଅନୁଭବଙ୍କ ପକ୍ଷରୁ କିଛି ବୟାନ ସାମ୍ନାକୁ ଆସିନାହିଁ । ତେଣୁ ଏନେଇ କିଛି ସ୍ପଷ୍ଟ ଭାବେ କହିହେବ ନାହିଁ । ଅନୁଭବ ପୂର୍ବ ପରି ବିଜେଡିରେ ରହିବେ ନା ପଦ୍ମ ଦଳକୁ ଡେଇଁବେ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ । କାରଣ ଖୁବଶୀଘ୍ର ଓଡ଼ିଶା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରିବେ ।

Get real time updates directly on you device, subscribe now.