fbpx

ଶରୀରର ଡ୍ୟାମେଜ୍ ଅଙ୍ଗକୁ ରିପାୟାର୍ କରିବାରେ ସାହାଯ୍ୟ କରେ ଏହି ୫ ସୁପର୍ ଫୁଡ୍, ଡିଏନଏ ପାଇଁ ବି ଖୁବ୍ ଲାଭଦାୟକ

ଓଡ଼ିଶା ଭାସ୍କର ବ୍ୟୁରୋ: ହେଲଦୀ ଜିନିଷ କେବଳ ଆପଣଙ୍କ ସ୍ୱାଦକୁ ସନ୍ତୁଷ୍ଟ କରେ ନାହିଁ, ବରଂ ଆବଶ୍ୟକ ପୁଷ୍ଟିକର ତତ୍ତ୍ୱ ପ୍ରଦାନ କରି ଶରୀରକୁ ଭଲ ଭାବରେ ଫଙ୍କସନ୍ କରାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହାସହିତ ଅଙ୍ଗ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇଥାଏ । ଚାପକୁ ହ୍ରାସ କରିବା ସହିତ ମସ୍ତିଷ୍କର କାର୍ୟ୍ୟରେ ଉନ୍ନତି ଆଣେ । ସ୍ୱାସ୍ଥ୍ୟକର ଖାଦ୍ୟ ଆମ ଆଭ୍ୟନ୍ତରୀଣ ଅଙ୍ଗକୁ ମରାମତି କରିବା ଳସହିତ ଡିଏନଏ ସ୍ୱାସ୍ଥ୍ୟ ବଜାୟ ରଖି କ୍ରନିକ୍ ଏବଂ ଜେନେଟିକ୍ ରୋଗରୁ ରକ୍ଷା କରିଥାଏ । ଇନଫ୍ଲେମେସନ୍ ର ଆଶଙ୍କାକୁ ବି କମ୍ କରିଥାଏ ଓ ଓଭରଅଲ୍ ହେଲଥ୍ କୁ ସପୋର୍ଟ କରିବ ରୋଗ ପ୍ରତିରୋଧକ କ୍ଷମତାରେ ସୁଧାର ଆଣେ ।

ତେବେ ସୁସ୍ଥ ତଥା ଉନ୍ନତମାନର ଶରୀର ଗଠନ ଚାହୁଁଥିଲେ ଆପଣ ମାନଙ୍କୁ କିଛି ଜିନିଷକୁ ସେବନ କରିବାକୁ ହେବ । ଡାଳିମ୍ବକୁ ନିଜର ଗୁଣକାରୀ ତତ୍ତ୍ୱ ପାଇଁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି ଧରାଯାଇଥାଏ । ନାଲି ରଙ୍ଗର ଏହି ଫଳ ଶରୀରକୁ ଆଇରନ୍, ଭିଟାମିନ୍-ସି, ଓମେଗା-୩ ଆଦି ଯୋଗାଇଥାଏ । ଡାଇବେଟିସ୍, କ୍ୟାନସର ଆଶଙ୍କାକୁ କମ୍ କରିଥାଏ ଡାଳିମ୍ବ ।

ଏହି କ୍ରମରେ ରହିଛି ନଡ଼ିଆ ତେଲ । ଏହାକୁ ଆପଣ ଚାହିଁଲେ ଖାଇବାରେ ବ୍ୟବହାର କରିପାରିବେ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଲଗାଇପାରିବେ । ଏହା ଆପଣଙ୍କ ଶରୀରକୁ ଖୁବ୍ ଫାଇଦା ପହଞ୍ଚାଇଥାଏ । କାରଣ ନଡ଼ିଆ ତେଲରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହା ସ୍କିନ୍ କ୍ୱାଲିଟି ଓ ଓରାଲ୍ ହେଲଥ୍ କୁ ଫାଇଦା ପହଞ୍ଚାଇଥାଏ । ଏହା ଆପଣଙ୍କୁ ନାନା ରୋଗକୁ ରକ୍ଷା କରିଥାଏ ।

ଦ୍ୱିତୀୟରେ ରହିଛି ଛତୁ । ଏକ ହେଲଦୀ ଲାଇଫଷ୍ଟାଇଲ୍ ପାଇଁ ଛତୁକୁ ଏକ ଉପଯୁକ୍ତ ଖାଦ୍ୟ ଭାବରେ ଧରାଯାଇଥାଏ । ଏଥିରେ ଫାଇବର୍, କମ୍ କ୍ୟାଲୋରୀ ଓ ପ୍ରୋଟିନ୍ ଭରି ରହିଥାଏ । ଏହା ବ୍ୟତୀତ ଭିଟାମିନ୍-ଡି, ଆଇରନ୍, ସେଲିନିୟମ୍ ରହିଛି । ଏହାର ଗୁଣକାରୀ ତତ୍ତ୍ୱ ଅଲ୍ଜାଇମର୍, ହାର୍ଟ ଡିଜିଜ୍, ଡାଇବେଟିସ୍, କ୍ୟାନସର୍ ଭଳି ରୋଗ ଠାରୁ ରକ୍ଷା କରିଥାଏ ।

ଭାରତରେ ହଲଦୀର ବ୍ୟବହାର ବହୁଳ ଭାବେ କରାଯାଇଥାଏ । ହଳଦୀରେ କରକ୍ୟୁମିନ୍ ନାମକ ଏକ ଆକ୍ଟିଭ୍ କମ୍ପାଉଣ୍ଡରେ ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡେଣ୍ଟ ତତ୍ତ୍ୱ ରହିଥାଏ । ଏହା ସ୍କିନ୍, ହାର୍ଟ, ଗଣ୍ଠି ଓ ଅନ୍ୟାନ୍ୟ ଅଙ୍ଗ ସହ ଜଡ଼ିତ ରୋଗକୁ ଦୁର କରିବାରେ ସହାୟକ ହୁଏ ।

ଗ୍ରୀନ୍ ଟି କେବଳ ସତେଜ ଏବଂ ହାଇଡ୍ରେଟିଂ ପାନୀୟ ନୁହେଁ । ପଲିଫେନୋଲ୍ସରେ ଭରପୂର ଏହି ପାନୀୟ ପ୍ରଦାହ ଏବଂ କର୍କଟ ଭଳି ରୋଗ ସହିତ ଲଢ଼ିବାରେ ସହାୟକ ହୋଇଥାଏ । ଗ୍ରୀନ୍ ଟି ମେଟାବୋଲିଜିମ୍ ବୃଦ୍ଧି କରି ଚର୍ବି କମାଇବା ପାଇଁ କାମ କରେ ।

Get real time updates directly on you device, subscribe now.