fbpx

ଅଟଳଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ୍: ବ୍ରାହ୍ମଣ ଭୋଟ ହାତେଇବାକୁ ବିଜେପିର ଗୋଟି ଚାଳନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯମୁନା ଏକ୍ସପ୍ରେସର ନାମ ପରିବର୍ତ୍ତନ ନେଇ ବିଚାର କରୁଛନ୍ତି । ଏହାର ନାମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇପାରେ । ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେବର ଏୟାରପୋର୍ଟର ଭୂମି ପୂଜନ କରିବାକୁ ଆସିବେ । ଏହି ଅବସରରେ ଯମୁନା ଏକ୍ସପ୍ରେସର ନାମ ଅଟଳଙ୍କ ନାମରେ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡ଼ିଛି ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଦେଶର ଜଣେ ମହାନ ତଥା ଲୋକପ୍ରିୟ ରାଷ୍ଟ୍ରନେତାଙ୍କୁ ସମ୍ମାନ ଜଣାଇବା ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ରାଜନୈତିକ ଦଳ ଅଟଳଙ୍କୁ ବେଶ ସମ୍ମାନ କରନ୍ତି । ତେଣୁ ଆଗାମୀ ପୀଢ଼ି ଏପରି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିବା ନିହାତି ଦରକାର ବୋଲି ସେ କହିଛନ୍ତି । ତେବେ ଏହି ଭୂମି ପୂଜନ ନେଇ ପ୍ରଧାନମନ୍ତ୍ରୀ ଆସୁଥିବାରୁ ଏହି ଅବସରରେ ଅଢ଼େଇ ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି । ୟୁପି ବିଧାନସଭା ନିର୍ବାଚନ ଆଉ କିଛି ମାସ ବାକି ରହିଥିବା ବେଳେ ଭାଜପା ବିଭିନ୍ନ ପ୍ରକାର ନିର୍ବାଚନୀ ଗୋଟି ଚଳାଇବାରେ ବ୍ୟସ୍ତ । ତେବେ ରାଜ୍ୟର ବ୍ରାହ୍ମଣ ସମାଜ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ପରିଲକ୍ଷିତ ହୋଇଥିବାରୁ ଯମୁନା ଏକ୍ସପ୍ରେସ ଅଟଳଙ୍କ ନାମରେ ନାମିତ କରି ଦଳ ସେମାନଙ୍କ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.