fbpx
BJD SKY
BJD SKY

ପେଟରେ ମଧ୍ୟ ହୋଇପାରେ ଟିବିର ଏହି ୫ଟି ଲକ୍ଷଣ: ଜଣାପଡିଲେ କରନ୍ତୁ ନାହିଁ ଅଣଦେଖା

BJD

ପ୍ରତ୍ୟେକ ମଣିଷ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅପଣାଇଥାଏ । କିନ୍ତୁ ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଜୀବନ ଶୌଳୀ ଆମ ଶରୀରରେ ବିଭିନ୍ନ ପ୍ରକାର ମସ୍ୟା ସୃଷ୍ଟି କରେ । ଫଳରେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡନ୍ତି । ତେବେ ଆମେ ଯଦି ଯକ୍ଷ୍ମା ରୋଗ ବିଷୟରେ କହିବା ଅନେକ ଲୋକ ଫୁସଫୁସ୍ ଯକ୍ଷ୍ମା ବିଷୟରେ କହିଥାନ୍ତି । କିନ୍ତୁ ଟିବି ଆମ ଶରୀରର କୌଣସି ବି ଅଙ୍ଗରେ ହୋଇପାରେ । ଯେତେବେଳେ ଫୁସଫୁସ ବାହାରେ ଯକ୍ଷ୍ମା ହୁଏ, ଏହାକୁ ଅତିରିକ୍ତ ଫୁସଫୁସିକା ଯକ୍ଷ୍ମା (ଏକ୍ସଟ୍ରା ପଲିମିନାରୀ ଟିବି) କୁହାଯାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି ପାକସ୍ଥଳୀ ଯକ୍ଷ୍ମା (Gastrointestinal Tuberculosis)ଯାହାକି ପେଟର ପେରିଟୋନାମ୍ ଏବଂ ଲିମ୍ଫରେ ହୋଇଥାଏ । ତେବେ ଏହି ଯକ୍ଷ୍ମା ମାଇକୋବ୍ୟାକ୍ଟେରିୟମ୍ ସଂକ୍ରମଣ ଦ୍ୱାରା ହୋଇଥାଏ । ଭାରତରେ, କ୍ଷୁଦ୍ର ଅନ୍ତନଳୀରେ ଘଟୁଥିବା ଏହିପରି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୫ରୁ ୯ ପ୍ରତିଶତ ଅଟେ। ତେବେ ଟାଇଫଏଡ୍ ଜ୍ୱର ପରେ ଏହା ଭାରତରେ ଦ୍ୱିତୀୟ ସାଧାରଣ ଅନ୍ତନଳୀ ରୋଗ। ମଧୁମେହ ଏବଂ ଏଚ୍.ଆଇ.ଭି ପଜିଟିଭ୍ ରୋଗୀଙ୍କଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ।ତେବେ ଏହି ଯକ୍ଷ୍ମା ପେଟର କିଛି ସମସ୍ୟା ମହିତ ମଧ୍ୟ ଜଡିତ ଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ପେଟ ଯକ୍ଷ୍ମାର କିଛି ଲକ୍ଷଣ ବିଷୟରେ…

ପେଟ ଯକ୍ଷ୍ମା ର ୫ଟି ଲକ୍ଷଣ:

୧-ଓଜନ ହ୍ରାସ – ପେଟରେ ଥିବା ଯକ୍ଷ୍ମା କିମ୍ବା ପେଟ ଯକ୍ଷ୍ମା ରୋଗରେ ପୀଡିତ ଲୋକମାନଙ୍କଠାରେ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ ।ଫଳରେ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଏବଂ ଏହା ପ୍ରକ୍ରିୟା ପ୍ରଭାବିତ ହୁଏ । ଯାହାଫଳରେ ଶରୀର ଖାଦ୍ୟରୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ପାଇବା କଷ୍ଟକର ହୋଇଯାଏ । ଯେଉଁଥିପାଇଁ ଶରୀର ଦୁର୍ବଳ ହେବା ସହ ଓଜନ ଏବଂ ଶକ୍ତି ହ୍ରାସ ହୁଏ ।

୨-ସ୍ଥାୟୀ ମୃଦୁ ଜ୍ୱର: ସ୍ଥାୟୀ ମୃଦୁ ଜ୍ୱର ମଧ୍ୟ ପାକସ୍ଥଳୀ ଯକ୍ଷ୍ମା ରୋଗର ଲକ୍ଷଣ ହୋଇପାରେ । ଏଥିରେ ରୋଗୀର ତାପମାତ୍ରା ହଠାତ୍ ବଢିପାରେ, ଯାହାଦ୍ୱାରା ଶରୀରରୁ ପ୍ରବଳ ଝାଳ ବାହାରିଥାଏ । ତେବେ ଆପଣ ଯଦି ଏପରି କୌଣସି ଲକ୍ଷଣ ଦେଖୁଛନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

୩-ଖାଇବା ଅଭ୍ୟାସରେ ପରିବର୍ତ୍ତନ: ପାକସ୍ଥଳୀ ଯକ୍ଷ୍ମା ଖାଇବା ଅଭ୍ୟାସକୁ ବହୁତ ପ୍ରଭାବିତ କରିଥାଏ । ଏହି କାରଣରୁ ରୋଗୀଙ୍କୁ ହଠାତ୍ ଭୋକ ହ୍ରାସର ସମ୍ମୁଖୀନ ହେବାକୁ ପଡିପାରେ ।

୪-ପେଟ କଷ୍ଟ: ପେଟର ଅତ୍ୟଧିକ ଯନ୍ତ୍ରଣା ପେଟ ଯକ୍ଷ୍ମା ରୋଗର ଏକ ମୁଖ୍ୟ ଲକ୍ଷଣ ହୋଇପାରେ । ତେବେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ତେବେ ଏହି ଯନ୍ତ୍ରଣା ରହି ରହି ହୋଇଥାଏ । କିନ୍ତୁ ବେଳେବେଳେ ନାଭି ନିକଟରେ ଖୁବ୍ ଜୋରରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୫. ଝାଡା ଏବଂ ବାନ୍ତି: ରିପୋର୍ଟ ଅନୁଯାୟୀ, ପେଟରେ ଥିବା ଯକ୍ଷ୍ମା ରୋଗରେ ପୀଡିତ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଝାଡା ରୋଗର ଲକ୍ଷଣ ଦେଖାଏ । ଝାଡା କିମ୍ବା ବାନ୍ତି ମଧ୍ୟ ଏହାର ମୁଖ୍ୟ ଲକ୍ଷଣ । ଖରାପ ହଜମ ପ୍ରକ୍ରିୟା ହେତୁ, ଖାଦ୍ୟ ଖାଇବା ପରେ କିମ୍ବା ପାଣି ପିଇବା ପରେ ମଧ୍ୟ ବାନ୍ତି ଭଳି ଅନୁଭବ ହୋଇପାରେ ।

Get real time updates directly on you device, subscribe now.