fbpx
BJD SKY
BJD SKY

ସାବଧାନ୍! ଖାଇବା ପରେ ତୁରନ୍ତ ପାଣି ପିଇଲେ ହେବ ଏପରି କ୍ଷତି

BJD

ଖାଇବା ପରେ ଅଧିକାଂଶ ଲୋକଙ୍କ ହାତ ପାଣି ଆଡକୁ ଚାଲିଯାଏ । ଖାଇବା ପରେ ପାଣି ପିଇବା ଆମ ଅଭ୍ୟାସରେ ପରିଣତ ହୋଇଛି । ସୁସ୍ଥ ଶରୀର ପାଇଁ ପାଣି ପିଇବାର ପରାମର୍ଶ ଦିଆଯାଉଛି, କିନ୍ତୁ କିଛି ସମୟରେ ଆମକୁ ପାଣି ପିଇବା ଉଚିତ୍ ନୁହେଁ । ଯେପରିକି ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ ।

ଡାକ୍ତରଙ୍କ କହିବାନୁସାରେ, ଖାଇବା ସମୟରେ ପାଣି ପିଇବାରୁ ଦୂରେଇ ରହିବା ଉଚିତ୍ । ଖାଇବା ସମୟରେ କିମ୍ବା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ଏସିଡ୍, ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଯେଉଁ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତି ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ହଜମ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗେ, ଏହି ସମୟରେ ପାନୀୟ ଜଳ ହଜମ ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଖାଦ୍ୟ ଖାଇବାର ୪୫-୬୦ ମିନିଟ୍ ପରେ ଆପଣ ପାଣି ପିଇବା ଉଚିତ୍ । ଏଥି ସହିତ ଖାଦ୍ୟ ଖାଇବା ଅଧ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ ।

ଉଚିତ୍ ସମୟରେ ପାଣି ପିଇବାର ଫାଇଦା :
୧. ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
୨. ଉଚିତ୍ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ, ହଜମ ପ୍ରକ୍ରିୟା ମଜବୁତ ରହିଥାଏ ।
୩. ପେଟରେ ଗ୍ୟାସ୍ ଏବଂ ଅମ୍ଳର ସମସ୍ୟା ହୋଇନଥାଏ ।
୪. ଶରୀର ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିଥାଏ ।
୫. ଠିକ୍ ସମୟରେ ପାଣି ପିଇବା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।

ତେବେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଲେ ମୋଟାପଣ ସମସ୍ୟା ସହ ହଜମ ପ୍ରକ୍ରିୟା, ବ୍ଲଡ୍ ସୁଗାର୍ ଲେବଲ୍ ବଢିବା ଓ ପେଟରେ ଗ୍ୟାସ ସମସ୍ୟା ଦେଖାଦେବ ।

Get real time updates directly on you device, subscribe now.