fbpx
BJD SKY
BJD SKY

ସ୍ତ୍ରୀଙ୍କୁ ପ୍ରତାରଣା କରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ ଯବାନ, ଅଭିଯୋଗ ପରେ ଗିରଫ କଲା ପୋଲିସ

BJD

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ମାତ୍ର ବର୍ଷେ ହେବ ଉଭୟଙ୍କ ମଧ୍ୟରେ ନିର୍ଯାତନା ଦେବା ଅଭିଯୋଗରେ ଲଖନା ଥାନା ପୁଲିସ ଜଣେ ଆଇଆର୍‌ବି ଯବାନଙ୍କୁ ଗିରଫ କରିଛି । ଗିରଫ ଯବାନ ଜଣକ ହେଲେ ଝାରସଗୁଡ଼ା ଇଣ୍ଡିଆନ ରିଜର୍ଭ ବାଟାଲିୟନର ମୁଖ୍ୟ କାମ୍ପ୍‌ରେ କାର୍ଯ୍ୟରତ ସମୀର ଖମାରୀ। ମନୋମାଳିନ୍ୟ ହେତୁ ସମୀର ଅଞ୍ଜଳୀ ଓ ଦୁଇ ଛୁଆଙ୍କୁ ପାଖକୁ ଯିବାଆସିବା ବନ୍ଦ କରି ଦେଇଥିଲେ । ଏବେ ସମୀର ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଯୋଜନା କରୁଥିବା ଜାଣିବା ପରେ ଏନେଇ ଅଞ୍ଜଳୀ ଲଖନା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଗତକାଲି ସମୀରଙ୍କୁ ଲଖନା ଥାନାକୁ ଡାକିଥିଲା ।ସେଠାରେ ପୁଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିଲେ ବି କିଛି ସୁଫଳ ମିଳିପାରନାହିଁ।

୨୦୧୪ରେ ସମୀର ଖମାରୀ ଲଖନା ଥାନାରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଲଖନା ଗାଁ’ର ଅଞ୍ଜଳୀ ଦାସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ୨୦୧୫ରେ ଉଭୟ କୋର୍ଟରେ ବିବାହ କରିଥିଲେ । ସେହିଦିନ ଠାରୁ ଉଭୟ ସ୍ୱାମୀ-ସ୍ତ୍ରୀ ଭାବେ ରହିଆସୁଥିଲେ । ସମୀର ତାଙ୍କ କାର୍ଯ୍ୟ ସମୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ରହିଥିଲେ । ଅଞ୍ଜଳୀ ନିଜ ବାପଘର ଲଖନାରେ ରହୁଥିବା ବେଳେ ସମୀର ସେଠାକୁ ଯିବା ଆସିବା କରୁଥିଲେ । ଉଭୟଙ୍କ ଦୁଇଟି କନ୍ୟା ସନ୍ତାନ ହୋଇଥିଲା । ବୁଝାମଣା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଅଞ୍ଜଳୀ ଅରାଜି ହେବାରୁ ଶେଷରେ ପୁଲିସ ସମୀରଙ୍କୁ ଗିରଫ କରିଥିଲା । ଗିରଫ ପରେ ପୁଲିସ ସମୀରଙ୍କୁ କୋର୍ଟଚାଲାଣ କରିଥିଲା । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.