fbpx

ବିଚ୍ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିଜ ମୁଣ୍ଡକୁ ଗୁଳି ମାରି ଟଳିପଡିଲେ ରାଜୀବ, ସିସିଟିଭରେ କଏଦ ହେଲା ଲାଇଭ ମୃତ୍ୟୁର ଦୃଶ୍ୟ

ପାଟନା: ବିହାରର ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ ପତ୍ନୀ ଓ ଝିଅର ମୁଣ୍ଡକୁ ଗୁଳି କରିଥିଲେ । ଏହାପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲେ । ଘଟଣାସ୍ଥଳରେ ହିଁ ଟଳି ଡିଥିଲେ ତିନି ଜଣ । ସେହି ସମୟରେ ଅନ୍ୟ ଜଣେ ମହିଳା ଉପସ୍ଥିତ ରହିଥିଲେ ମଧ୍ୟ ରାଜୀବ ତାଙ୍କର କୌଣସି ପ୍ରକାରର କ୍ଷତି କରିନଥିଲେ । ତେବେ ଆଖି ଆଗରେ ତିନି ଜଣଙ୍କ ମୃତ୍ୟୁକୁ ଦେଖି ମହିଳା ଜଣକ ପୂରା ସ୍ତବ୍ଧ ହୋଇଯାଇଛି । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁକୁ ନେଇ ଆଖପାଖର ଲୋକେ ମଧ୍ୟ ଚକିତ ହୋଇପଡିଛନ୍ତି । ପାଟନାର ଅନିସାବାଦ ପୁଲିସ କଲୋନୀରେ ଏହି ଘଟଣା ଘଟିଛି । ଏହି ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୁହାଯାଉଛି ଯେ, ଏହି ପରିବାର ପୂର୍ବତନ ଆଇଜିଙ୍କ ଘରେ ଭଡାରେ ରହୁଥିଲେ । ତେବେ କାହିଁକି ରାଜୀବ ପତ୍ନୀ ଝିଅକୁ ଗୁଳି କରି ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବିଭିନ୍ନ ଦିଗରୁ ଛାନ୍‌ଭିନ୍ ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.