fbpx
BJD SKY
BJD SKY

ଏକ୍ସପ୍ରେସ୍‌ କାର୍‌ ଲୋନ୍‌: ମାତ୍ର ୩୦ ମିନିଟ୍‌ରେ ଏଚ୍‌ଡିଏଫ୍‌ସି ଯେଗାଇବ କାର୍‌

BJD

ମୁମ୍ବାଇ : ପ୍ରାଇଭେଟ୍‌ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଗ୍ରାହକଙ୍କୁ କାର୍‌ ଲୋନ୍‌ ଦେବା ପାଇଁ ଏକ ନୂଆ ସର୍ଭିସ୍‌ ଲଞ୍ଚ କରିଛି । ଏହି ସର୍ଭିସ୍‌ ଅନୁଯାୟୀ ଗ୍ରାହକଙ୍କୁ ଏବେ କାର୍‌ ନେବା ଅତି ସହଜ ହୋଇଯାଇଛି । ଏହି ସର୍ଭିସ୍‌ଟି ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ ଓ ଏହି ବ୍ୟବସ୍ଥା ଅନୁଯାୟୀ ମାତ୍ର ୩୦ ମିନିଟ୍‌ରେ ଗ୍ରାହକ ତାଙ୍କର ମନପସନ୍ଦ କାର୍‌ ପାଇଁ ଫାଇନାନ୍ସିଂର ସୁବିଧା ପାଇପାରିବେ । ବ୍ୟାଙ୍କ ଏହି ସର୍ଭିସ୍‌ର ନାମ ଏକ୍ସପ୍ରେସ୍‌ କାର୍‌ ଲୋନ୍‌ ଦେଇଛି । ବ୍ୟାଙ୍କ ଦାବି କରି କହିଛି କି ଏହା କେବଳ ଭାରତ ନୁହେଁ ବରଂ ପୂରା ବିଶ୍ୱର ପ୍ରଥମ ସର୍ଭିସ୍‌ ଅଟେ । ଖାସ୍‌କରି ଗ୍ରାହକଙ୍କୁ କାର୍‌ ଲୋନ୍‌ ନେବା ପାଇଁ ୪୮ରୁ ୭୨ ଘଣ୍ଟା ଲାଗିଥାଏ । କିନ୍ତୁ ଏହି ସର୍ଭିସରେ ମାତ୍ର ୩୦ ମିନିଟ୍‌ରେ ଗ୍ରାହକ କାର୍‌ ପାଇପାରିବେ । ବ୍ୟାଙ୍କ ଅଶା ରଖିଛି କି ଏହି ସୁବିଧା ଦ୍ୱାରା ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ହଜାର କୋଟି ଟଙ୍କାର କାର୍‌ ଲୋନ୍‌ ଯୋଗାଇବାର ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.