fbpx

ଏହି ଜିଓ ଗ୍ରାହକଙ୍କୁ ମାଗଣା ମିଳିବ ୫ଜି ସର୍ଭିସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଏହାର ୫ଜି ନେଟୱାର୍କ ସେବାର ଘୋଷଣା କରିଛି । ଭାରତରେ ଜିଓର ୫ଜି ନେଟୱାର୍କ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ମନରେ ଏକ ପ୍ରଶ୍ନ ଆସୁଛି କି, ଜିଓର ୫ଜି ପ୍ଲାନର ମୂଲ୍ୟ କେତେ ହେବ? ଯଦି ଆପଣ ଏହା ଜାଣିବାକୁ ଆଗ୍ରହୀ ତେବେ ଏହି ଖବରଟି ଆପଣଙ୍କ ପାଇଁ ରହିଛି । ବାସ୍ତବରେ, ଟେଲିକମ୍ ଟ୍ୟାକ୍ ଏହାର ରିପୋର୍ଟରେ ଜିଓର ୫ଜି ଯୋଜନା ବିଷୟରେ ଅପଡେଟ ଦେଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଜିଓର ୫ଜି ଯୋଜନା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏବେ ପାଇଁ ଜିଓ କମର୍ସିଆଲ ୫ଜି ଯୋଜନା ଦେବାର କୌଣସି ସମ୍ଭାବନା ନାହିଁ । ଏହାର କାରଣ ହେଉଛି ଜିଓ ଏବେ ବିଟା ଟେଷ୍ଟିଂ ପର୍ଯ୍ୟାୟରେ ଅଛି । ଆଜି ଯେଉଁ ଉପଭୋକ୍ତାମାନଙ୍କୁ ୫ଜି ଅଫର୍ ଦିଆଯିବ ସେମାନେ ବିଟା ପରୀକ୍ଷକ ହେବେ ।

ଜିଓର ୫ଏ ନେଟୱାର୍କ ସେବା ଏହି ଉପଭୋକ୍ତାମାନଙ୍କୁ ମାଗଣାରେ ଦିଆଯିବ । ଡାଟା ବ୍ୟବହାର ଉପରେ କୌଣସି ସୀମା ରହିବ ନାହିଁ । ଏହି ବିଟା ଟ୍ରାଏଲ୍ ଜରିଆରେ ଗ୍ରାହକଙ୍କ ମତାମତ ଜାଣିବାକୁ ଚାହୁଁଛି ଜିଓ । ଏହିପରି କମ୍ପାନୀ ଏହାର ୪ଜି ସେବା ଆରମ୍ଭ କରିଥିଲା । କମ୍ପାନୀ ଭାରତର ଚାରୋଟି ସହରରେ (ବାରାଣାସୀ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା) ବିଟା ଟ୍ରାଏଲ କରିବାକୁ ଯୋଜନା କରିଛି । ରିପୋର୍ଟ ହିସାବରେ ଜିଓର ୫ଜି ସର୍ଭିସ ଶସ୍ତା ହେବ ବୋଲି ଆଶାଙ୍କା ରହିଛି ।

Get real time updates directly on you device, subscribe now.