fbpx

ଏ ପାକିସ୍ତାନୀଙ୍କ ଏତେ ସାହାସ,ଏମାନେ ତ ଜେଲ୍ ଭିତରେ ରହିବା ଉଚିତ..: କାହିଁକି ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ହିନ୍ଦୁ ଶରଣାର୍ଥୀଙ୍କ ବିରୋଧକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ଓ ଏମାନଙ୍କୁ ଜେଲ୍ ପଠାଇବା ନେଇ ଦାବୀ କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ବିଜ୍ଞପ୍ତି ଜାରି ହେବା ପରେ ଅରବିନ୍ଦ କେଜ୍ରିୱାଲ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି ଓ ଖୋଲାଖୋଲି ଭାବରେ ସିଏଏକୁ ବିରୋଧ କରି ଆସୁଛନ୍ତି । ଏହାକୁ ନେଇ ତାଙ୍କୁ ହିନ୍ଦୁ ଶରଣାର୍ଥୀଙ୍କ କ୍ରୋଧର ଶିକାର ହେବାକୁ ପଡିଛି । ଗୁରୁବାର ବହୁ ହିନ୍ଦୁ ଶରଣାର୍ଥୀ କେଜ୍ରିୱାଲଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଥିଲେ ।

ଶୁକ୍ରବାର କେଜ୍ରିୱାଲ ହିନ୍ଦୁ ଶରଣାର୍ଥୀଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି କି ଏମାନଙ୍କ ସାହାସ କିପରି ହେଲା କି ପ୍ରଥମେ ଦେଶରେ ବେଆଇନ ତରିକାରେ ପ୍ରବେଶ କରିବା ପରେ ଏବେ ଦେଶରେ ପ୍ରଦର୍ଶନ କରୁଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଏହି ପାକିସ୍ତାନୀଙ୍କ ସାହାସକୁ ଦେଖ!ପ୍ରଥମେ ଦେଶରେ ବେଆଇନ ଭାବରେ ପ୍ରବେଶ କଲେ, ଦେଶର ଆଇନ ଭାଙ୍ଗିଲେ । ଏମାନେ ଜେଲ୍‌ରେ ରହିବା ଉଚିତ । ସେମାନଙ୍କ ଏତେ ସାହାସ ହୋଇଗଲା କି ସେମାନେ ଆମ ଦେଶ ଭିତରେ ପ୍ରଦର୍ଶନ କରୁଛନ୍ତି । କେଜ୍ରିୱାଲ କହିଛନ୍ତି ସିଏଏ ଆସିବା ପରେ ପୁରା ଦେଶରେ ପାକିସ୍ତାନୀ ଓ ବାଙ୍ଗଲାଦେଶୀ ବ୍ୟାପଯିବେ ଓ ଲୋକଙ୍କୁ ସମସ୍ୟାରେ ପକାଇବେ । ବିଜେପି ଏହାକୁ ନିଜ ଭୋଟ୍ ବ୍ୟାଙ୍କ କରିବା ସ୍ୱାର୍ଥରେ ପୁରା ଦେଶକୁ ସମସ୍ୟା ମଧ୍ୟକୁ ଟାଣି ନେଉଛି ।

Get real time updates directly on you device, subscribe now.