fbpx
BJD SKY
BJD SKY

ସାବଧାନ୍! ଏହି ଲୋକମାନେ ଭୁଲରେ ଖାଆନ୍ତୁ ନାହିଁ ଜାମୁକୋଳି, ନଚେତ୍…

BJD

ଆୟୁର୍ବେଦ ଅନୁସାରେ କୌଣସି ଜିନିଷ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ଆପଣ ଅସନ୍ତୁଳିତ ପରିମାଣରେ କୌଣସି ଫଳ ବା ଖାଦ୍ୟ ଖାଆନ୍ତି, ତେବେ ତାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ଏହାରି ମଧ୍ୟରେ ଜାମୁକୋଳି ଖାଇବାକୁ ନେଇ ଦିଲ୍ଲୀ ସ୍ଥିତ ଅଜୟ ଆୟୁର୍ବେଦ କ୍ଲିନିକର ଡାକ୍ତର ଅଜୟ ପାଲ କହିଛନ୍ତି ଯେ, ଏହି ଫଳ ଶରୀର ପାଇଁ ବରଦାନ ସଦୃଶ୍ୟ । କିନ୍ତୁ ଏହି ଫଳକୁ କେତେକ ପରିସ୍ଥିତିରେ ଖାଇବା ଉଚିତ୍ ନୁହେଁ, ନଚେତ୍ ଏହା ବିପରୀତ ଫଳ ଦେଇଥାଏ ।

– ଜାମୁ କୋଳିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ । ଏପରି ପରିସ୍ଥିତିରେ, ଏହାର ଅତ୍ୟଧିକ ସେବନ ଦ୍ୱାରା କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି ହୋଇପାରେ ।

-ଯଦି ଆପଣ ଅଧିକ ଜାମୁକୋଳି ଖାଉଛନ୍ତି, ତେବେ ଆପଣଙ୍କ ମୁହଁରେ ବ୍ରଣ ହୋଇପାରେ ।

– ଅନେକ ଲୋକ ଜାମୁକୋଳି ଖାଇବା ପରେ ବାନ୍ତି କରିଥାନ୍ତି । ଯଦି ଆପଣଙ୍କର ଏପରି ସମସ୍ୟା ରହିଛି, ତେବେ ଜାମୁ କୋଳି ଖାଆନ୍ତୁ ନାହିଁ ।

-ଜାମୁକୋଳି ଶରୀରରେ ସୁଗାର ଲେବଲ କମ୍ କରିଥାଏ । ଏଥିପାଇଁ ସର୍ଜରୀ ସମୟରେ ଏବଂ ପରେ ଏହାକୁ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ସ୍ଥିର ରହିବ । ଅସ୍ତ୍ରୋପଚାରର ଅତି କମରେ ୨ ସପ୍ତାହ ପୂର୍ବରୁ ଜାମୁକୋଳି ଖାଇବା ବନ୍ଦ କରନ୍ତୁ ।

– ରକ୍ତ ଜମାଟ ବାନ୍ଧୁଥିବା ଲୋକଙ୍କ ପାଇଁ ଜାମୁକୋଳି ଖାଇବା ଉଚିତ୍ ନୁହେଁ ।

– ଯଦି ଆପଣଙ୍କର ବାତ ଦୋଷ ସହିତ ସମସ୍ୟା ଅଛି, ତେବେ ଆପଣ ଜାମୁକୋଳି ଖାଇବାଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.