fbpx

ଏହିମାନଙ୍କୁ ମିଳିବ ସ୍ପେଶାଲ ପେନସନ: ମାସକୁ ୧୫,୦୦୦ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେନସନ ବ୍ୟବସ୍ଥାକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ତେବେ ଏହା ମଧ୍ୟରେ କିଛି ଲୋକ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନ ଜଣାଇବା ପାଇଁ ପେନସନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏମାନଙ୍କୁ ପ୍ରତି ମାସ ପେନସନ ଭାବରେ ୧୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ୧୯୭୫ ମସିହାରେ ଭାରରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଲୋକମାନଙ୍କୁ ମାସିକ ପେନସନ ଦେବା ପାଇଁ ସ୍ଥିର ହୋଇଛି ।

ସୂଚନା ଅନୁସାରେ, ୩୦୦ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ବିରୋଧ ପ୍ରଦର୍ଶନ କିଥିଲେ ସେମାନଙ୍କୁ ସମ୍ମାନିତ କରିଛନ୍ତି ଆସାମ ରାଜ୍ୟ ସରକାର । ଏଥି ସହିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହିମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ତେବେ ଏହି ପରିସ୍ଥିତିକୁ ବିରୋଧ କରିଥିବା ସମସ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ସମ୍ମାନ ଜଣାଇବା ପାଇଁ ୧୫ ହଜାର ଟଙ୍କାର ମାସିକ ପେନସନ ପ୍ରଦାନ କରାଯିବ । ଏହି ନିର୍ଦ୍ଦେଶରେ ଦସ୍ତଖତ କରିଥିବା ତତ୍କାଳୀନ ରାଷ୍ଟ୍ରପତି ହେଉଛନ୍ତି ଆସାମର ଏକ ମାତ୍ର ରାଷ୍ଟ୍ରପତି । ତେଣୁ ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରାଇଥିବା ସଦସ୍ୟମାନଙ୍କୁ ସମ୍ମାନାର୍ଥେ ଏଭଳି ପଦକ୍ଷେପ ନେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ଏହାପରେ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି ଯେ, ସେତେବେଳେ ଜରୁରୀକାଳୀନ ବ୍ୟବସ୍ଥା ଭାରତ ପାଇଁ ଏକ କଳା ଅଧ୍ାୟ ବୋଲି କୁହାଯାଇପାରେ । ଦେଶ ସ୍ୱାଧୀନ ହେବା ପରେ ଏହି ଜରୁରୀକାଳୀନ ପରିସ୍ଥିତିରେ ଗଣତନ୍ତ୍ର ଏବଂ ନିଜ ହକ୍ ପାଇଁ ଲଢିଥିଲେ ଏମାନେ । ତେଣୁ ଏମାନଙ୍କୁ ସମ୍ପର୍ଦ୍ଧିତ କରିବା ଆମର କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ପରିସ୍ଥିତି ଆଗକୁ କେବେ ଲାଗୁ କରା ନ ଯିବା ଉଚିତ୍ ।

Get real time updates directly on you device, subscribe now.