fbpx

ଆପଣଙ୍କ ରାସନ କାର୍ଡ ବି ରଦ୍ଦ ହୋଇପାରେ: ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: ଦେଶର ରାସନ କାର୍ଡଧାରୀ ମାନଙ୍କ ପାଇଁ ଏକ ନୂଆ ଖବର ସାମନାକୁ ଆସିଛି । ଦେଶର ଲକ୍ଷ ଲକ୍ଷ ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ କନ୍ଦ୍ରେ ସରକାର ଚଳିତବର୍ଷ ମଧ୍ୟ ମାଗଣା ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ କିଛି ଅଯୋଗ୍ୟ ବ୍ୟକ୍ତି ଏହାର ଫାଇଦା ଉଠାଉଥିବାରୁ ଏ ନେଇ ଏକ ନିୟମ ଲାଗୁ ହୋଇଛି ।

ଏମାନଙ୍କ ପାଇଁ କେନ୍ଦ୍ର ସରକାର ଅପିଲ କରିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀମାନେ ନିଜର ରାସନ କାର୍ଡ ନଷ୍ଟ କରି ଦିଅନ୍ତୁ । ନଚେତ ଏହାକୁ ଯାଞ୍ଚ କରିବା ପରେ ଖାଦ୍ୟ ବିଭାଗ ତରଫରୁ ଏହାକୁ ରଦ୍ଦ କରି ଦିଆଯିବ । ଏହାସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

କୌଣସି କାର୍ଡଧାରକଙ୍କ ପାଖରେ ନିଜ ଆୟର ଅର୍ଜିତ ୧୦୦ ବର୍ଗମିଟରର ଘର, ପ୍ଲଟ କିମ୍ବା ଫ୍ଲାଟ ରହିଥିବ ସେମାନଙ୍କ କାର୍ଡ ରଦ୍ଦ କରି ଦିଆଯିବ । ଯେଉଁମାନଙ୍କ ପାଖରେ ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଏବଂ ସହରରେ ୩ ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ବ୍ୟକ୍ତିମାନଙ୍କର କାର୍ଡ ତହସିଲ କିମ୍ବା ଡିଏସଓ କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ । ସରକାରଙ୍କ ନିୟମ ଅନୁସାରେ ଯଦି ରାସନ କାର୍ଡଧାରୀ କାର୍ଡ ଦାଖଲ ନ କରନ୍ତି, ତେବେ ଯାଞ୍ଚ କରି ଏହାକୁ ରଦ୍ଦ କରି ଦିଆଯିବ । ଏହା ସହିତ ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହା ବ୍ୟତୀତ କାର୍ଡ ଧାରକମାନଙ୍କ ପାଖରୁ ପ୍ରଥମରୁ ନେଉଥିବା ରାସନର ମୂଲ୍ୟ ମଧ୍ୟ ଆଦାୟ କରାଯାଇପାରେ ।

Get real time updates directly on you device, subscribe now.