fbpx

SBIର ଏହି ସେବାଗୁଡିକ ଆଜି ୩ ଘଣ୍ଟା ରହିବ ବନ୍ଦ, ଜାଣନ୍ତୁ କେତେବେଳେ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟବ୍ୟାଙ୍କ SBIର କିଛି ସେବାଗୁଡିକ ଆଜି ୩ ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ଗ୍ରାହକମାନେ କୌଣସି କାରବାର କରିପରିବେ ନାହିଁ । ତେବେ SBIର ଇଣ୍ଟରନେଟ୍ ସହି ଜଡିତ କିଛି ସେବାଗୁଡିକ ଶନିବାର ରାତି ୧୦ଟାରୁ ବିଳମ୍ବିତ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ବନ୍ଦ ରହିବ ।

SBIର ଏହି ସେବାଗୁଡିକରେ Yono, Yono Lite, Yono Business, IMPS ଓ UPI ସାମିଲ ରହିଛି । ଏହି କାରଣରୁ ଗ୍ରାହକମାନେ କିଛି ବି ଆର୍ଥିକ କାରବାର କରିପାରିବେ ନାହିଁ । ଏସବିଆଇ ନିଜର ଟ୍ୱିଟର ଆକାଉଣ୍ଟ ଜରିଆରେ ଏହାର ସୂଚନା ଦେଇଛି । ଏହା ପୂର୍ବରୁ ୧୭ ଜୁନରେ ବି ମେଣ୍ଟେନାସ୍ କାମ ପାଇଁ ଏସବିଆଇର ୟୋନୋ ସେବାଗୁଡିକ ୨ ଘଣ୍ଟା ପଯ୍ୟନ୍ତ ଠପ୍ ହୋଇଥିଲା ।

Get real time updates directly on you device, subscribe now.