fbpx

ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Advertisement

ଭୁବନେଶ୍ୱର: ଟ୍ୱିନ୍ ସିଟି ସହ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । କଟକ, ଭୁବନେଶ୍ୱର, ପୁରୀ, ଅସ୍ତରଙ୍ଗରେ କୁହୁଡ଼ିର ଆସ୍ତରଣ ରହିଛି । ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିଛି । ତେବେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅର୍ଦ୍ଧାଧିକ ଜିଲ୍ଲା ଘନ କୁହୁଡ଼ି ଦ୍ୱାରା ପ୍ରଭାବିତ ହେବ । ଦୃଶ୍ୟମାନର ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ । କେତେକ ସ୍ଥାନରେ ଆହୁରି କମ ରହିପାରେ । ବୁଧବାର ଭୋର ସମୟରେ ୨୨ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

୨୨ ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ,ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ନରସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ,କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ ।

Get real time updates directly on you device, subscribe now.