fbpx

Big Breaking; ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍: ପୁରୀ-ବିଶାଖାପାଟଣାକୁ ଯୋଡ଼ିବ ଟ୍ରେନ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ପୁରୀ-ବିଶାଖାପାଟଣାକୁ ସଂଯୋଗ କରିବ ଏହି ବନ୍ଦେ ଭାରତ ଟ୍ରେନ । ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲ ଓ ବିଜୟନଗରମ ଷ୍ଟେସନରେ ରହିବ ଏହି ଟ୍ରେନ । ଏହି ବନ୍ଦେ ଭାରତ ସହ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପିଏମ ମୋଦୀ । ଓଡ଼ିଶା ସମେତ ଦେଶରେ ମୋଟ ୧୦ଟି ବନ୍ଦେ ଭାରତର ଶୁଭାରମ୍ଭ କରାଯାଇଛି ।

ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହା ମଧ୍ୟରୁ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରୁ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ଚାଲିବା ପାଇଁ ଥିବା ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର ଦେଇ ବିଶାଖପଟନମରେ ପହଞ୍ଚିବ । ଏହା ସପ୍ତାହକୁ ୬ ଦିନ ଚାଲିବା ନେଇ ସୂଚନାରୁ ପ୍ରକାଶ । ସେହିପରି ସାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତର ଶୁଭାରମ୍ଭ ହେବା ସହ ୪ଟି ବନ୍ଦେ ଭାରତ ଟ୍ରେନ୍‌ର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.