fbpx

୩୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

ଆନନ୍ଦପୁର: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ କାର ଖସିପଡିଛି । ଏଥିରେ ୨ ଜଣ ଗୁରୁତର ଥିବା କଥା ଜଣାପଡିଛି । ଆନନ୍ଦପୁର ବ୍ରିଜ ଛକ ଶିଶୁପାର୍କ ନିକଟରେ କାର ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ଥିବା ସହ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏହି ୨ ଗୁରୁତରଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି କାରରେ ଯାତ୍ରା କରୁଥିବା ଲୋକେ ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଫେରବା ବେଳେ ଏହି ଦୁର୍ଘଟଣା ଘଟିଛି । ବାହାଘର କାର୍ଯ୍ୟକ୍ରମ ସାରି ଶାଳପଡ଼ାକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

Get real time updates directly on you device, subscribe now.