fbpx

ଚିକିତ୍ସା ବିଜ୍ଞାନର ନୂଆ ଅଧ୍ୟାୟର ଶୁଭାରମ୍ଭ: HIV AIDSକୁ ହରାଇ ନୂଆ ଜୀବନ ପାଇଲେ ଯୁବକ

ନୂଆଦିଲ୍ଲୀ: ଏଡସର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ ବୋଲି କୁହାଯାଉଥିଲା । ମାତ୍ର ଏହାକୁ ଭୁଲ୍ ବୋଲି ପ୍ରମାଣ କରିଛି ମେଡିକାଲ ସାଇନ୍ସ । ଜର୍ମାନୀର ଜଣେ ୫୩ ବର୍ଷୀୟ ଯୁବକ ଏଚଆଇଭି ସହିତ ଲଢ଼ି ଶେଷରେ ନୂଆ ଜୀବନ ପାଇଛନ୍ତି । ତେବେ ଏହି ଚମକ୍ରାର ପରେ ଏବେ ମେଡିକାଲ ଇତିହାସରେ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି । ଅନ୍ତର୍ଜାତୀୟ ବିଜ୍ଞାନ ପ୍ରତିକା ନେଚରରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।

ଫାନ୍ସର ପାଶ୍ଚର ଇନଷ୍ଟିଚ୍ୟୁଟ ଅନୁଯାୟୀ, ବୋନ ମାରୋ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ଜରିଆରେ ଜଣେ ଏଚଆଇଭି ରୋଗୀ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିବାରେ ସକ୍ଷମ ହୋଇଛନ୍ତି । ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ବିଶ୍ୱର ତୃତୀୟ ବ୍ୟକ୍ତି ସୁସ୍ଥ ହୋଇପାରିଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ଜର୍ମାନୀର ଡ୍ୟୁସେଲ ଡୋଫର ବାସିନ୍ଦା ଅଟନ୍ତି । ଗତ ୨୦୦୮ ମସିହାରେ ଏଚଆଇଭିରେ ସଂକ୍ରମିତ ନେଇ ସେ ଜାଣିପାରିଥିଲେ । ଏହାର ୩ ବର୍ଷ ପରେ ତାଙ୍କୁ କ୍ୟାନସର ହୋଇଥିଲା, ଯାହାକୁ ଏଗଜିକ୍ୟୁଟ ମାଇଲଏଡ ଲ୍ୟୁକୋମିଆ କୁହାଯାଇଥାଏ । ୨୦୧୩ରେ ଡାକ୍ତରମାନେ ଷ୍ଟେମ ସେଲ ସହାୟତାରେ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । ଜଣେ ମହିଳା ଡୋନରଙ୍କ କାରଣରୁ ଏହି ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିଥିଲା ।

ତେବେ ମହିଳା ଡୋନଙ୍କର ସିଆର୫ ମ୍ୟୁଟେସନ ଜିନ ବୀମାରୀକୁ ଶରୀରରେ ବ୍ୟାପିବାରୁ ସମ୍ପୂର୍ଣ୍ଣ ଭାବେ ରୋକି ପାରିଥିଲା । ଏହା ଦେଖିବାକୁ ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାହା ଏକ ଦୁର୍ଲ୍ଲଭ ଜିନ ଥିଲା, ଯାହାକି କୋଷିକାଗୁଡ଼ିକରେ ଏଚଆଇଭି ବ୍ୟାପିବାରୁ ରୋକିଥାଏ । ଏହାପରେ ୨୦୧୮ରେ ଏଚଆଇଭି ପାଇଁ ଦିଆଯାଉଥିବା ଆଣ୍ଟି ରେଟ୍ରୋଭାଇରଲ ଥେରାପି ବନ୍ଦ କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ ।

ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ ରୋଗୀ ଉପରେ ନଜର ରଖାଯାଇଥିଲା ଓ ପରୀକ୍ଷା ମଧ୍ୟ କରାଯାଇଥିଲା । ଏହାପରେ ରୋଗୀ ଶରୀରକୁ ଏଚଆଇଭି ଫେରିବା ନେଇ କୌଣସି ଲକ୍ଷଣ ଦେଖାଯାଇଥିଲା । ୨୦୦୭ରେ ପ୍ରଥମ ଥର ପାଇଁ ଷ୍ଟେମ ସେଲ ପ୍ରତ୍ୟାରୋପଣ ଟିମୋଥୀ ରେ ବାଉନଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରାଯାଇଥିଲା । ଲ୍ୟୁକୋମିଆକୁ ଭଲ କରିବା ପାଇଁ ଡାକ୍ତରମାନେ ବୋନ ମାରୋର ବିପଦପୂର୍ଣ୍ଣ କୋଷିକାଗୁଡ଼ିକୁ ନଷ୍ଟ କରିଦେଇଥାନ୍ତି । ବୋନ ମାରୋ ହେଉଛି ହାଡ଼ରୁ ମିଳୁଥିବା ଏକ ପଦାର୍ଥ, ଯେଉଁଥିରେ କି ଷ୍ଟେମ ସେଲ ରହିଥାଏ । ଯେତେବେଳେ ବୋନ ମାରୋ ନିଷ୍କିୟ ହୋଇଥାଏ, ଥାଲାସିମିଆ, ସିକଲ ସେଲ ଏନିମିଆ, ଲ୍ୟୁକୋମିଆ ପରି ବିମାରୀ ହୋଇଥାଏ । ଏଗୁଡ଼ିକର ଚିକିତ୍ସା ପାଇଁ ରୋଗୀର ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ ।

Get real time updates directly on you device, subscribe now.