fbpx

PM Kisaan Yojnaର ୧୩ତମ କିସ୍ତିକୁ ନେଇ ଆସିଲା ବଡ ଅପଡେଟ: ଜାଣନ୍ତୁ କେବେ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ପିଏମ କିସାନ ଯୋଜନାର ଆଗାମୀ କିସ୍ତିକୁ ଏବେ ଅପେକ୍ଷା କରିଛନ୍ତି ଦେଶର ଲକ୍ଷ ଲକ୍ଷ କୃଷକ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ୧୨ଟି କିସ୍ତି ମିଳିସାରିଛି । ତେବେ ୧୩ତମ କିସ୍ତିର ୨୦୦୦ଟଙ୍କା ଆକାଉଣ୍ଟକୁ କେବେ ଆସିବ ତାହାକୁ କୃଷକମାନେ ଅପେକ୍ଷା କରି ରହିଛନ୍ତି । ଏହା ଭିତରେ ଆଗାମୀ କିସ୍ତିକୁ ନେଇ ଏକ ବଡ ଅପଡେଟ ସାମନାକୁ ଆସିଛି । ଖୁବଶୀଘ୍ର କୃଷକଙ୍କ ଖାତାକୁ ଏହି ଟଙ୍କା ଟ୍ରାନ୍ସଫର କରିଦିଆଯିବ ବୋଲି ସୂଚନା ମିଳିଛି ।

ପ୍ରତ୍ୟେକ ବର୍ଷ ପିଏମ କିସାନ ଯୋଜନାର ପ୍ରଥମ କିସ୍ତି ଏପ୍ରିଲ-ଜୁଲାଇ ମଧ୍ୟରେ ଆସୁଥିବା ବେଳେ ଦ୍ୱିତୀୟ କିସ୍ତି ଅଗଷ୍ଟ-ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବର-ମାର୍ଚ୍ଚ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଆସିଥାଏ । ତେବେ ଏହି ୧୩ତମ କିସ୍ତି ଖୁବଶୀଘ୍ର ସେମାନଙ୍କ ଆକାଉର୍ଟକୁ ଆସିବ ବୋଲି ଜାଣିବାକୁ ମିଳିଛି । ଏହି ସପ୍ତାହରେ କୃଷକମାନଙ୍କ ଆକାଉଣ୍ଟକୁ ଆସିପାରେ ୧୩ତମ କିସ୍ତିର ୨୦୦୦ ଟଙ୍କା । ତେବେ କିଛି କୃଷକ ଏତିରୁ ବାଦ ପଡିପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ଏହି ଯୋଜନାର ନିୟମ ଅନୁସାରେ କୌଣସି କୃଷକ ଯଦି ଏହାର ମାନଦଣ୍ଡକୁ ନେଇ ଅଯୋଗ୍ୟ ହୋଇଥାଏ, ତେବେ ତାଙ୍କ ନାମ ତାଲିକାରୁ ବାଦ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.