fbpx

ଜାନୁଆରୀ-ଫେବୃଆରୀ ବେଳକୁ ପିକ୍ ରେ ଥିବ କୋଭିଡର ତୃତୀୟ ଲହର- IIT ପ୍ରଫେସର୍ କଲେ ଏପରି ଦାବି

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୁତନ ଭାରିଆଣ୍ଟ ଓମିକ୍ରନ୍ ର ପ୍ରଭାବ ନୂଆ ବର୍ଷ ବେଳକୁ ବୃଦ୍ଧିପାଇବାର ଆଶଙ୍କା ରହିଛି । ବର୍ତ୍ତମାନ ଦୁଇ ଦିନ ଭିତରେ ୫ଟି ମାମଲା ସାମନାକୁ ଆସିଛି । ଜାନୁଆରୀ ମାସ ଶେଷ ଆଡ଼କୁ ଏବଂ ଫେବୃଆରୀ ପହିଲାରୁ ଏହି ଭାରିଆଣ୍ଟ୍ ଦ୍ୱାରା ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ପିକ୍ ରେ ପହଞ୍ଚିବ । ତେବେ ଏହିଭଳି କିଛି ଦାବି କରିଛନ୍ତି ଆଇଆଇଟି କାନପୁରର କମ୍ପ୍ୟୁଟର୍ ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗର ପ୍ରଫେସର୍ ଓ ଡେପୁଟି ଡାଇରେକ୍ଟର୍ ମନିନ୍ଦର୍ ଅଗ୍ରୱାଲ୍ ।

ତାଙ୍କ କହିବାନୁସାରେ, ଓମିକ୍ରନ୍ ଭାରିଆଣ୍ଟ୍ ଖୁବ୍ ଦ୍ରୁତ୍ ଗତିରେ ବ୍ୟାପିବାରେ ଲାଗିଛି । କିନ୍ତୁ ଅଧିକ ଘାତକ ପରିଲକ୍ଷିତ ହୋଇନାହିଁ । ଏହି ଭାରିଆଣ୍ଡରେ ହର୍ଡ ଇମ୍ୟୁନିଟିକୁ ବାଇପାସ୍ କରିବାର ସମ୍ଭାବନା ବି କମ୍ ରହିଛି । କିନ୍ତୁ ଏହାର ବ୍ୟାପିବାର ମାତ୍ରା ଅଧିକ ରହିଛି । ଦକ୍ଷିଣ ଆଫ୍ରିକା ଠାରୁ ଆରମ୍ଭ କରି ଯେଉଁ ଯେଉଁ ଦେଶରେ ଏହା ବ୍ୟାପିଛି ସେମାନେ କହିଛନ୍ତି ଯେ, ଏହା ଖୁବ୍ ହାଲୁକା ଲକ୍ଷଣ ଦେଖାଉଛି ।

ତେବେ ଭାରତରେ ଏହା ଗମ୍ଭୀରତା ଅଧିକ ହେବାର ସମ୍ଭାବନା କମ୍ ରହିଛି । କାରଣ ଏଠାରେ ୮୦ ପ୍ରତିଶତ ଲୋକଙ୍କ ଠାରେ ପ୍ରାକୃତିିକ ରୋଗ ପ୍ରତିରୋଧର କ୍ଷମତା ବୃଦ୍ଧି ହୋଇସାରିଛି । ଏପରି ପରିସ୍ଥିତିରେ ଯଦି ଆଉ ଏକ ଲହର ଆସୁଛି ତେବେ ଦ୍ୱିତୀୟ ଲହର ତୁଳନାରେ ଏହାର ପ୍ରଭାବ ଖୁବ୍ କମ୍ ରହିବ ବୋଲି ପ୍ରଫେସର୍ ଅଗ୍ରୱାଲ୍ କହିଛନ୍ତି । ତେବେ ଦ୍ୱିତୀୟ ଲହର ସମୟରେ ମଧ୍ୟ ସେ ପୂର୍ବାନୁମାନ କରିଥିଲେ । ସେ ସମୟରେ ତାଙ୍କ ଗଣନା ଠିକ୍ ସାବ୍ୟସ୍ତ ହୋଇଥିଲା ।

 

Get real time updates directly on you device, subscribe now.