fbpx

ରାଜଧାନୀରେ ପ୍ରଥମ ‘ଓମିକ୍ରନ୍’ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: : ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସକ୍ରଂମିତ ଯୁବକଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ଏହି କ୍ରମରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ କର୍ଣ୍ଣାଟକରୁ ୨, ଗୁଜରାଟର ଓ ମହାରାଷ୍ଟ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦିଲ୍ଲୀରୁ ଜଣେ ପଜିଟିଭ୍ ବାହାରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କହିଛନ୍ତି ଯେ, ‘ବିଦେଶରୁ ଆସିଥିବା ୧୨ ଜଣଙ୍କର ନମୂନା ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ସେଥିରୁ ୧୧ ଜଣଙ୍କର ସାମାନ୍ୟ କରୋନା ଥିବା ଜଣାପଡିଥିବା ବେଳେ ଜଣଙ୍କର ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି । ଏହି ବ୍ୟକ୍ତି ଜଣକ ଆଫିି୍ରକା ଦେଶରୁ ଭାରତକୁ ଆସିଥିଲେ । ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କର ନମୂନାକୁ ମଧ୍ୟ ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଛି ।’

Get real time updates directly on you device, subscribe now.