fbpx

ଓମିକ୍ରନକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ? ଜାଣନ୍ତୁ ଓଡ଼ିଶାରେ କିପରି ରହିଛି ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ପ୍ରଥମରେ କର୍ଣ୍ଣାଟକ ଓ ଗୁଜରାଟ, ମହାରାଷ୍ଟ୍ର ପରେ ଏହା ଦିଲ୍ଲୀକୁ ବି ନିଜ କବଜାକୁ ନେବାରେ ଲାଗିଛି । ଓମିକ୍ରନକୁ ନେଇ ବିଭିନ୍ନ ରାଜ୍ୟ ନିଜ ନିଜର ଗାଇଡଲାଇନ୍ ସହିତ କଟକଣାକୁ କଡ଼ାକଡ଼ି କରିଛନ୍ତି । ଏହାରି ମଧ୍ୟରେ ଓମିକ୍ରନ ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଓମିକ୍ରନକୁ ନେଇ ‘ହୁ’ କିମ୍ବା ବିଶ୍ୱରେ ସାଂଘାତିକ ହେବା ସୂଚନା ନାହିଁ । ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ଚିହ୍ନିତ ଦେଶରୁ କିଛି ଲୋକ ଆସିଛନ୍ତି, ଯେଉଁମାନଙ୍କର ବିଶ୍ଲେଷଣ ଚାଲିଛି । ଯେଉଁମାନେ ଆସିଛନ୍ତି ସେମାନେ ଟେଷ୍ଟ କରାଇ ନେବା ଜରୁରୀ ।’

ତେବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଦିଲ୍ଲୀରେ ପ୍ରବେଶ କରିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟର ପ୍ରଥମ ମାମଲା ଏଲଏନଜେପି ମେଡିକାଲରୁ ସାମ୍ନାକୁ ଆସିଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.