fbpx

୩୪ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଅଭିନେତା: ଛାଡ଼ପତ୍ରକୁ ନେଇ ଡିପ୍ରେସନରେ…

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତା ଲୋକେଶ ରାଜେନ୍ଦ୍ରନ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ଲୋକେଶଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା । ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଲୋକେଶ ରାଜେନ୍ଦ୍ରନ ସିରିଏଲ ‘ମର୍ମଦେସମ’ରେ ନିଜ କାମକୁ ନେଇ ବେଶ ଫେମସ୍ ଥିଲେ । ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍ସ ଓ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛାଡପତ୍ରକୁ ନେଇ ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଅଭିନେତାଙ୍କ ପିତା କହିଛନ୍ତି ଯେ ସେ ପ୍ରାୟ ଏକ ମାସ ପୂର୍ବରୁ ଜାଣିଥିଲେ ଯେ ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଚାରି ଦିନ ପୂର୍ବରୁ ତାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ପାଇଁ ଏକ ଆଇନଗତ ନୋଟିସ ପଠାଇଥିଲେ । ଏହି ସବୁ କାରଣରୁ ସେ ବହୁତ ଚାପରେ ଥିଲେ । ତାଙ୍କ ପିତା କହିଛନ୍ତି ଯେ ସେ ଶେଷ ଥର ପାଇଁ ଶୁକ୍ରବାର ଦିନ ଲୋକେଶଙ୍କୁ ଦେଖିଥିଲେ ।

ପୋଲିସ ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟା ଯୋଗୁଁ ଲୋକେଶ ମଦ ପିଉଥିଲେ । ଆତ୍ମହତ୍ୟା ପରେ ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ସିଆରପିସିର ଧାରା ୧୭୪ ଅଧିନରେ ମାମଲା ରୁଜୁ କରିଛି ଓ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.