fbpx

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ଉପରେ ଛାଇଲା କଳା ବାଦଲ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ୍

ଲକ୍ଷ୍ନୌ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଦିନ ୧ଟା ୩୦ରେ ଆରମ୍ଭ ହେବାକୁ ଥିଲା, କିନ୍ତୁ ବର୍ଷା କାରଣରୁ ଅଧଘଣ୍ଟା ବିଳମ୍ବରେ ହେବ।

ମ୍ୟାଚ୍ ପୁର୍ବରୁ ଦୁଇ ଦଳ ପ୍ରାଟିସ୍ ସମୟରେ ଖୁବ୍ ଝାଳ ବୁହାଇଛନ୍ତି। ପ୍ରଶଂସକମାନେ ଷ୍ଟାଡିୟମରେ ପହଞ୍ଚିବାକୁ ବେକାବୁ ହେଉଥିବା ବେଳେ ବର୍ଷା ସେମାନଙ୍କ ଆଶାରେ ପାଣି ଭରି ଦେଇପାରେ। କାରଣ ବର୍ତ୍ତମାନ ଲକ୍ଷ୍ନୌରେ କଳା ବାଦଲ ଛାଇହୋଇ ରହିଛି। ଅପରାହ୍ଣରେ ମଧ୍ୟ ପ୍ରବଳ ବର୍ଷା ପୁର୍ବାନୁମାନ କରାଯାଉଛି। ମ୍ୟାଚ୍ ବିଳମ୍ବରେ ହେବା ନେଇ ବିସିସିଆଇ ସୂଚନା ଦେଇଛି। ପୁର୍ବାନୁମାନ ଅନୁଯାୟୀ ଆଜି ଲକ୍ଷ୍ନୌରେ ବର୍ଷା ହେବାର ୯୬% ଆଶଙ୍କା ରହିଛି। ଏଭଳି ସ୍ଥିତିରେ ମ୍ୟାଚ୍ ହେବା ମୁସ୍କିଲ୍ ହୋଇପାରେ।

ତେବେ ଭାରତୀୟ ମୁଖ୍ୟ ଟିମ୍ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଯାଇ ସାରିଥିବା ବେଳେ ବରିଷ୍ଠ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ।

ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ଶ୍ରେୟସ୍ ଆୟର (ଉପ-ଅଧିନାୟକ), ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱିକେଟ୍ କିପର), ସଞ୍ଜୁ ସସମାନ (ୱିକେଟ୍ କିପର) ଶାହାବାଜ ଅହମ୍ମଦ ଶାରଦୁଲ ଠାକୁର କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର ଆଭେଶ ଖାନ ମହମ୍ମଦ ସିରାଜ ଏବଂ ଦୀପକ ଚହର।

ଦକ୍ଷିଣ ଆଫ୍ରିକା ଦଳ ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ ଡି କକ, ରେଜା ହେଣ୍ଡ୍ରିକ୍ସ, ହେନ୍ରିଚ କ୍ଲାସେନ, କେଶବ ମହାରାଜ, ପ୍ରିୟଙ୍କା ମାଲାନ, ଆଇଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଏନ୍ରିକ୍ ନୋର୍କିଆ, ୱେନ ପାର୍ନେଲ, ଆଣ୍ଡାଇଲ ଫେହୁଲୁକାୟୋ, ଡୱେନ ପ୍ରିଟୋରିୟସ, କାଗିସୋ ରାବାଡା ଏବଂ ତବରିଜ ଶାମସି।

Get real time updates directly on you device, subscribe now.