fbpx
BSKY
BJD MC SKY
BJD MS SKY

‘ଆଦିପୁରୁଷ’ରେ ମେଘନାଦ ଭୂମିକାରେ ଅଛନ୍ତି ଏହି ଅଭିନେତା: ଟ୍ରେଲରରେ ନାହିଁ ଗୋଟିଏ ବି ଝଲକ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ସିନେମା ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ସୁପରଷ୍ଟାର ପ୍ରଭାସଙ୍କ ‘ଶ୍ରୀରାମ’ ଅବତାର ମଧ୍ୟ ଲୋକଙ୍କ ମନକୁ ଛୁଇଁଛି । ପ୍ରଭାସଙ୍କ ବ୍ୟତୀତ ମାତା ସୀତାଙ୍କ ରୂପରେ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଥିବା ବେଳେ ରାବଣ ଭୂମିକାରେ ଅଛନ୍ତି ବଲିଉଡର ଛୋଟେ ନୱାବ ସୈଫ ଅଲୀ ଖାନ୍ । ତେବେ ରାମାୟଣର ଆଉ ଏକ ବଡ ଚରିତ୍ର ରାବଣ ପୁତ୍ର ମେଘନାଦଙ୍କୁ ଏହି ଟ୍ରେଲରରେ ଦେଖିବାକୁ ମିଳିନାହିଁ । ଆପଣ ଜାଣିଛନ୍ତି କି ଏହି ଅଭିନେତା କିଏ, ଯିଏ ‘ଆଦିପୁରୁଷ’ରେ ବଳଶାଳୀ ଇନ୍ଦ୍ରଜିତ ଭୂମିକାରେ ନଜର ଆସୁଛନ୍ତି ।

 

View this post on Instagram

 

A post shared by Prabhas (@actorprabhas)

‘ଆଦିପୁରୁଷ’ ରେ ମେଘନାଦର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଜଣକ ହେଉଛନ୍ତି ବଲିଉଡର ଚକଲେଟ ହିରୋ । ତାଙ୍କ କ୍ୟାରିୟରର ପ୍ରଥମ ସିନେମା ହିଁ ତାଙ୍କୁ ଖୁବ ଲୋକପ୍ରିୟ କରାଇଥିଲା ଏବଂ ବକ୍ସ ଅପିସରେ ସୁପରହିଟ ହୋଇଥିଲା । ଏହାପରେ ମଧ୍ୟ ସେ ଅେନେକ ସିନେମା ତଥା ଟିଭି ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ତେବେ ପ୍ରଥମ ଥର ପାଇଁ ତାଙ୍କୁ ମେଘନାଦ ଭଳି ଏକ ପୌରାଣିକ ଚରିତ୍ରରେ ଦେଖିବାକୁ ମିଳିବ । ତେବେ ଏହି ଅଭିନେତା ହେଉଛନ୍ତି ‘ଟାର୍ଜନ ଦ ୱାଣ୍ଡର କାର୍’ ସିନେମାର ମେଗାଷ୍ଟାର ବତ୍ସଲ ସେଠ୍ । ଏହି ସିନେମାରେ ନୀଳ ଆଖି ସହ ହିନ୍ଦୀ ସିନେମାରେ ପାଦ ଥାପିଥିବା ବତ୍ସଲ ‘ଆଦିପୁରୁଷ’ ଭଳି ଏକ ଆଇ ବଜେଟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଛନ୍ତି ।

 

View this post on Instagram

 

A post shared by Vatsal Sheth (@vatsalsheth)

‘ଟାର୍ଜନ ଦ ୱାଣ୍ଡର କାର୍’ ବ୍ୟତୀତ ବତ୍ସଲ ‘ହିରୋଜ୍’, ‘ତୋ ବାତ୍ ପକ୍କି’, ‘ହଷ୍ଟେଲ’, ‘ଜୟ ହୋ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେହିପରି ‘ଏକ୍ ହସିନା ଥି’, ‘ରିସ୍ତୋଁ କୋ ସୈଦାଗର ବାଜିଗର’ ଏବଂ ‘ୟେ ରିସ୍ତା ହେ ପ୍ୟାର କେ’ ଆଦି ମେଗା ସିରିଏଲରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଛି । ତେବେ ତାଙ୍କର ‘ଆଦିପୁରୁଷ’ ଚଳଚ୍ଚିତ୍ର ଆସନ୍ତା ଜୁନ ୧୬ ତାରିଖରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଏହି ସିନେମା ସୁପରହିଟ ହେବା ସହ ବକ୍ସ ଅପିସରେ ଭଲ ଆୟ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ।

Get real time updates directly on you device, subscribe now.