fbpx

ଲକ୍-ଡାଉନରେ ବିରକ୍ତ ହୋଇ ଡେଲିଭରୀ ବୟ ବନିଲେ କୋଟିପତି ବ୍ୟବସାୟୀ

ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଅନେକ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଲକ୍-ଡାଉନରେ କିଏ ନିଜ ବାଲକୋନୀରେ ବସି ୱାଇନ୍ ପିଇଛୁ ତ ଆଉ କିଏ ସଙ୍ଗୀତ ଗାନ କରୁଛି । କିନ୍ତୁ ଏହାରି ମଧ୍ୟରେ ଋଷର ମାସ୍କୋ ସହରରେ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ କୋଟିପତି ବ୍ୟବସାୟ ଲକ୍-ଡାଉନରେ ବିରକ୍ତ ହୋଇ ଡେଲିଭରୀ ବୟ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେରଗେ ନାମକ ୩୮ ବର୍ଷିୟା ଏହି ବ୍ୟବସାୟୀ ବର୍ତ୍ତମାନ ୨୦ କିଲୋମିଟର ଚାଲି ଚାଲି ଖାଦ୍ୟ ଡେଲିଭର କରୁଛନ୍ତି । ସେ ଦୈନିକ ୧୩ ଡଲାରରୁ ୨୦ ଡଲାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ତେବେ ଲକ୍-ଡାଉନରେ ତାଙ୍କ ବ୍ୟବସାୟ ଉପରେ କୌଣସି କ୍ଷତି ପଡିନି । କିନ୍ତୁ ଜୀବନରେ କିଛି ନୂଆ ଅନୂଭବ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତାଙ୍କର ବ୍ୟବସାୟ ୨ ମିଲିୟନ ଡଲାର ରହିଛି, ଯାହାକି ଭାରତୀୟ ମୁଦ୍ରାରେ ୧୫ କୋଟି ଟଙ୍କାର ପାଖାପାଖି ।

Get real time updates directly on you device, subscribe now.