fbpx

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଉପକାରୀ ହଳଦୀ, ଆସନ୍ତୁ ଜାଣିବା ଏହାର ଅନ୍ୟ ଉପକାରିତା…

ଆୟୁଷ ମନ୍ତ୍ରଣାଳୟ କରୋନା ଭାଇରସ ବିରୋଧରେ ସଂଗ୍ରାମ ପାଇଁ ନିଜ ୱେବସାଇଟରେ ଅନେକ ଟିପ୍ସ ଦେଇଛି । ଏହା ମଧ୍ୟରୁ କେତେକ ଆପଣଙ୍କ ଘରେ ମଧ୍ୟ ଉପଲବ୍ଧ । ଘରେ ବ୍ୟବହାର ହେଉଥିବା ହଳଦୀ ସମ୍ପର୍କରେ ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ଆଜି ଆମେ ଏହାର ଉପକାରିତା ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବୁ ।

ସ୍ୱାସ୍ଥ୍ୟ ପାଇଁ ଅନେକ ବର୍ଷ ହେଲା ହେଉଛି ଉପଯୋଗ

ଆୟୁଷ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଶରୀରରେ ଶକ୍ତି ବୃଦ୍ଧି ପାଇଁ ହଳଦୀ ଅନେକ ମାତ୍ରାରେ ଉପଯୋଗୀ । ଆପଣ ଏହାକୁ କ୍ଷୀରରେ ମିଶାଇ ରାତ୍ରିରେ ସେବନ କରିପାରିବେ । ହଳଦୀକୁ କ୍ଷୀରରେ ମିଶାଇ ପିଇବା ଆମମାନଙ୍କ ପାଇଁ କୌଣସି ନୂଆ କଥା ନୁହେଁ । ଏପରି ସଙ୍କଟ ସମୟରେ ଇମ୍ୟୁନିଟି ବଢ଼ାଇବା ପାଇଁ ଏପରି ଛୋଟ ପଦକ୍ଷେପ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ । ପ୍ରଥମ କଥା ହେଉଛି ଯେ, ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି । ହଳଦୀରେ ବାୟୋଆକ୍ଟିଭ ତତ୍ୱ ରହିଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଭାରତରେ ଏହାର ବ୍ୟବହାର ହଜାର ହଜାର ବର୍ଷ ପୂର୍ବରୁ ହୋଇ ଆସୁଛି ।

ହୃଦୟଜନିତ ରୋଗରୁ ସୁରକ୍ଷା

ହଳଦୀ ବ୍ୟବହାର ଦ୍ୱାରା ମନୁଷ୍ୟ ଶରୀରରେ ଆଣ୍ଟି ଅକ୍ସିଡେଣ୍ଟ କ୍ଷମତା ବୃଦ୍ଧି ପାଇଥାଏ । ଭାରତରେ ହୃଦୟଜନିତ ରୋଗ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ । ହଳଦୀ ସେବନ ଦ୍ୱାରା ଅନେକ ହୃଦୟଜନିତ ରୋଗ କମ୍ ହୋଇଥାଏ ।

କ୍ୟାନସର ପାଇଁ ବି କରୁଛି ସାହାର୍ଯ୍ୟ

କ୍ୟାନସର କେତେ ମାତ୍ରାରେ ବିପଦଜନକ ତାହା ସମସ୍ତେ ଜାଣନ୍ତି । ଏପରି କ୍ଷେତ୍ରରେ ହଳଦୀ ଅନେକ ମାତ୍ରାରେ ଏହାକୁ ରୋକିବାରେ ସହାୟକ ସାବ୍ୟସ୍ତ ହୋଇଥାଏ । ତେବେ କ୍ୟାନସରକୁ ମୂଳରୁ ନିପାତ କରିବା ପାଇଁ ବିଜ୍ଞାନ ଏବେ ବି ଏହାର ରାସ୍ତା ବାହାର କରିବାରେ ସମର୍ଥ ନୁହେଁ । କିନ୍ତୁ ଭାରତୀୟ ସଂସ୍କୃତିରେ ସର୍ବଦା କୁହାଯାଇଥାଏ ଯେ, ରୋଗ ହେବା ପୂର୍ବରୁ ସାବଧାନତା ଅବଲମ୍ବନ କରାଯିବା ସବୁଠାରୁ ଭଲ ।

ସ୍କିନ୍ ସମସ୍ୟା ପାଇଁ ବି ଉପକାରୀ

ହଳଦୀ ଏକ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ପଦାର୍ଥ । ଏହାଦ୍ୱାରା ବ୍ୟାକ୍ଟେରିଆ ବ୍ୟାପି ପାରେ ନାହିଁ । ଯଦି ଆପଣଙ୍କ ଚେହେରାରେ ମହୁ ଏବଂ କ୍ଷୀର ସହ ହଳଦୀ ମିଶାଇ ଲଗାଇଲେ ଉପକାରୀ ସାବ୍ୟସ୍ତ ହେବ ।

ଡ୍ରାଏ ସ୍କିନ୍ ସମସ୍ୟାରୁ ମିଳିବ ମୁକ୍ତି

ଯଦି ଆପଣଙ୍କ ସ୍କିନ୍ ଡ୍ରାଏ ରହିଛି, ସେପରି କ୍ଷେତ୍ରରେ ହଳଦୀ ଅନେକ ଉପକାରୀ ସାବ୍ୟସ୍ତ ହୋଇପାରେ । ସ୍କିନ୍‌ରେ ହଳଦୀ ଲଗାଯିବା ଦ୍ୱାରା ଏହା ହାଇଡ୍ରେଟ୍ ହୋଇ ଏହି ସମସ୍ୟାର ସମାଧାନ କରିଥାଏ । ଏହା ଡେଡ୍ ସ୍କିନ୍ ସେଲ୍ସକୁ ହଟାଇ କୋମଳ ତ୍ୱଚାକୁ ଫେରାଇ ଆଣେ । ଏଥିପାଇଁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାର ଉପାୟ: ହଳଦୀ ସହ ମହୁ ପେଷ୍ଟ୍ କରି ଏହାକୁ ଚେହେରାରେ ଲଗାନ୍ତୁ । ଏହି ପ୍ୟାକକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ଲଗାଇ ରଖିବା ପରେ ପୁଣି ପାଣିରେ ସଫା କରିଦିଅନ୍ତୁ । ସପ୍ତାହକୁ ୩ଥର ଏପରି କରନ୍ତୁ । ଷ୍ଟ୍ରେଚ୍ ମାର୍କ ଓ ଡାର୍କ ସର୍କଲ ପାଇଁ ମଧ୍ୟ ହଳଦୀ ଅନେକ ଉପକାରୀ ବୋଲି କୁହାଯାଇଛି ।

Get real time updates directly on you device, subscribe now.