fbpx

କର୍ମଚାରୀଙ୍କ ପାଇଁ ୧୧ ଦିନର ଛୁଟି ଘୋଷଣା କଲା ଏହି କମ୍ପାନୀ: ନା’ କଟିବ ଦରମା, ନା’ କଲ୍ କରିବେ ମାଲିକ

ନୂଆଦିଲ୍ଲୀ: ଯେତେବେଳେ କୌଣସି କମ୍ପାନୀ ମନଖୁସିରେ ନିଜ କର୍ମଚାରୀଙ୍କୁ ଛୁଟି ଦେଇଥାଏ, ସେବେ ଯେଉଁ ଖୁସି ମିଳିଥାଏ, ତାହା ଶବ୍ଦରେ କହିହେବନି । ଏପରି କିଛି ଘୋଷଣା ଇ-କମର୍ସ ପ୍ଲାଟଫର୍ମ ମିଶୋ ନିଜ କର୍ମଚାରୀଙ୍କ ପାଇଁ କରିଛି । ମିଶୋର କହିବା ମୁତାବକ, ଯଦି କର୍ମଚାରୀ ଖୁସିରେ ରହିବେ, ତେବେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । କର୍ମଚାରୀ ଖୁସିରେ ରହିଲେ ହିଁ ମନ ଦେଇ କାମ କରିବେ । ଏଥିପାଇଁ କମ୍ପାନୀ ୧୧ ଦିନର ଛୁଟି ଘୋଷଣା କରିଛି ।

ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ଲଗାତାର ଦ୍ୱିତୀୟ ବର୍ଷରେ ୧୧ ଦିନ ପାଇଁ ‘ରିସେଟ ଆଣ୍ଡ ରିଜର୍ଭ ବ୍ରେକ’ର ଘୋଷଣା କରିଛି କମ୍ପାନୀ । ମିଶୋ ନିଜ ୱେବସାଇଟରେ ଏନେଇ ସୂଚନା ଦେଇଛି । କମ୍ପାନୀର କହିବା ମୁତାବକ, ଏହି ଛୁଟି ପଛରେ କର୍ମଚାରୀଙ୍କ ମାନସିକ ଥକାପଣକୁ ଦୂର କରିବା ପାଇଁ କମ୍ପାନୀର ଲଦ୍ଦେଶ୍ୟ । କମ୍ପାନୀର ଘୋଷଣା ମୁତାବକ, ପାର୍ବଣ ଋତୁ ପରେ କମ୍ପାନୀ କର୍ମଚାରୀଙ୍କୁ ଏହି ଛୁଟି ଦେବ । ଏହି ଛୁଟି ପାର୍ବଣ ଋତୁ ପରେ ୨୨ ଅକ୍ଟୋବରରୁ ୧ ନଭେମ୍ବର ପର୍ଯ୍ୟନ୍ତ ଦିଆଯିବ ।

କମ୍ପାନୀର ସଂସ୍ଥାପକ ଓ ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କର୍ମଚାରୀଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ହେଉଛି ଆମର ପ୍ରାଥମିକ ଉଦ୍ଦେଶ୍ୟ । ଆମେ ଲଗାତାର ଦ୍ୱିତୀୟ ବର୍ଷରେ କର୍ମଚାରୀଙ୍କୁ ୧୧ ଦିନର ବ୍ରେକ୍ ଦେବାକୁ ଘୋଷଣା କରୁଛୁ । ପାର୍ବଣ ଋତୁ ପରେ ମିଶୋ କର୍ମଚାରୀ ୨୨ ଅକ୍ଟୋବରରୁ ୧ ନଭେମ୍ବର ପର୍ଯ୍ୟନ୍ତ ଏହି ଛୁଟିକୁ ସେମାନେ ନିଜ ମାନସିକ ଥକାପଣକୁ ଦୂର କରିବାକୁ ବ୍ୟବହାର କରିପାରିବେ । କର୍ମଚାରୀମାନେ ଏହି ସମୟ ନିଜ ପରିବାର ସହ ବିତାଇ ପାରିବେ ବା କୁଆଡେଁ ବୁଲିବାକୁ ମଧ୍ୟ ଯାଇପାରିବେ ।

Get real time updates directly on you device, subscribe now.