fbpx

ରାସ୍ତା ମଝିରେ ଚାଲିଥିଲା ମାର୍‌ପିଟ୍‌: ପଛରୁ ଧକ୍କା ଦେଲା କାର୍‌, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ରାସ୍ତା ମଝିରେ ଲଢୁଥିଲେ ପଛପଟରୁ ଆସି ମାଡ଼ିଗଲା କାର୍। ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡଓ ଭାଇରାଲ ହେବା ପରେ ପୋଲିସ ଘଟଣାର ସଜ୍ଞାନ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କିଛି ଯୁବକଙ୍କୁ ପୋଲିସ ଅଟକ ରଖିଥିବା କୁହାଯାଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଯୁବକ ଜଣେ ଆଉ ଜଣଙ୍କୁ ମାଡ଼ ମାରୁଛନ୍ତି । ଏହି ସମୟରେ ପଛପଟରୁ ଏକ କାର୍ ଆସି ଯୁବକମାନଙ୍କୁ ଧକ୍କା ମାରୁଛି । ତେବେ ଏହା ପରେ ମଧ୍ୟ ମାର୍‌ପିଟ୍ ଜାରି ରହୁଛି । ଭିଡିଓରେ ନଜର ଆସୁଥିବା ଛାତ୍ରମାନେ ଗୋଟିଏ କଲେଜର ଅଟନ୍ତି। କଲେଜ ବାହାରେ ଦୁଇ ଗୋଷ୍ଠି ମଧ୍ୟରେ ଏହି ଝଗଡା ଚାଲିଥିଲା।

ଗାଜିଆବାଦ ଏସପି ଗ୍ରାମୀଣ କହିଛନ୍ତି ଯେ ଗାଜିଆବାଦର ପୋଲିସ ଷ୍ଟେସନ ମୁସୁରି ଅଞ୍ଚଳରେ ଥିବା ଏକ କଲେଜ ବାହାରେ କିଛି ଯୁବକ ନିଜ ମଧ୍ୟରେ ଝଗଡା କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଦ୍ରୁତ ଗତିରେ ଆସୁଥିବା କାର ମଧ୍ୟ ଦୁଇ ଯୁବକଙ୍କୁ ଧକ୍କା ଦେଇଛି। ଭିଡିଓ ନଜରକୁ ଆସିବା ପରେ ଘଟଣାର ଅନୁସନ୍ଧାନ କରାଯାଉଛି। ଘଟଣାରେ ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରାଯାଇଛି ଏବଂ ଗାଡି ଜବତ କରାଯାଇଛି। ଏସପି ଗ୍ରାମୀଣ କହିଛନ୍ତି ଯେ ବାଳକମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଏହି ଘଟଣାର ପ୍ରକୃତ ଅପରାଧୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.