fbpx
BSKY SKY
BSKY SKY

ଅଫିସ ଆସନ୍ତୁ ଏବଂ ଶୁଅନ୍ତୁ ! ଏହି କମ୍ପାନୀର ଦେଉଛି ଏଭଳି ଚାକିରି

BSKY

ନୂଆଦିଲ୍ଲୀ: ସମସ୍ତେ ନିଜ ମନ ପସନ୍ଦର ଚାକିରି ଖୋଜିଥାନ୍ତି । ଯେମିତି ଭଲରେ କାମ କରିବା ସହ ଭଲ ଦରମା ମଧ୍ୟ ମିଳିବ । କିନ୍ତୁ ହୁଏତ ତାହା ସବୁବେଳେ ସମ୍ଭବ ହୋଇନଥାଏ । ଆଉ ଚାକିରି କରିବା ବେଳେବେଳେ ମୁସ୍କିଲ ହୋଇପଡ଼େ । ଏଭଳି ସ୍ଥିତିରେ କୌଣସି ଭଲ କାମ ଖୋଜିଥାନ୍ତି । କିନ୍ତୁ ଏବେ ଆମେରିକାର ଏକ କମ୍ପାନୀ ଏଭଳି ଚାକିରି ବାହାର କରିଛି, ଯେଉଁଥିରେ ଚାକିରି ସମୟରେ ଶୋଇବା ଆବଶ୍ୟକ ହେବ । ଅର୍ଥାତ୍ ପୂରା ଆରାମରେ ଶୋଇବେ ଆଉ ଏଥିପାଇଁ ଦରମା ମଧ୍ୟ ମିଳିବ ।

ପ୍ରକୃତରେ, ଆମେରିକୀୟ ମ୍ୟାଟ୍ରେସ କମ୍ପାନୀ କ୍ୟାସପର ଏହି ଚାକିରି ବାହାର କରିଛି । ଏହି କମ୍ପାନୀ ନିଜ ୱେବସାଇଟରେ ଏହି ଚାକିରି ପାଇଁ କିଛି ଯୋଗ୍ୟତା ବିଷୟରେ ମଧ୍ୟ କହିଛି । ତେବେ ଏହା କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନଙ୍କୁ ଖୁବ୍ ନିଦ ଆସିଥାଏ । ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହିବେ ସେମାନଙ୍କ ପାଖରେ ଅସାଧାରଣ ନିଦ ଆସିବା କ୍ଷମତା ଥିବା ଦରକାର । ଏହା ବ୍ୟତୀତ ଟିକଟକ୍ ଭିଡିଓ ମଧ୍ୟ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ହେବ । ଭିଡିଓରେ ପ୍ରାର୍ଥୀଙ୍କୁ ମ୍ୟାଟ୍ରେସରେ ଶୋଇବାର ଅନୁଭବ କହିବାକୁ ପଡ଼ିବ ।

କମ୍ପାନୀ ଅନୂଯାୟୀ, ଯେଉଁ ଆଶାୟୀ ଚୟନ ହେବେ, ସେ କାମ ସମୟରେ ପାଇଜାମା ପିନ୍ଧିପାରିବେ । ଏହା ବ୍ୟତୀତ କମ୍ପାନୀ ପ୍ରୋଡକ୍ଟକୁ ମାଗଣାରେ ମଧ୍ୟ ବ୍ୟବହାର କରିପାରିବେ । କମ୍ପାନୀ ଏଥିପାଇଁ ୧୮ ବର୍ଷରୁ ଅଧିକ ବୟସର ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ସହ କିପରି ଆବେଦନ କରିବାକୁ ହେବ ତାହ ମଧ୍ୟ ୱେବସାଇଟରେ ଉଲ୍ଲେଖ କରିଛି । କିନ୍ତୁ ମୁଖ୍ୟ ଯୋଗ୍ୟତା ଅସାଧାରଣ ନିଦ ହିଁ ରହିଛି ।

Get real time updates directly on you device, subscribe now.