fbpx
BSKY
BJD MC SKY
BJD YOUTH SKY

ବସ୍-ଅଟୋ ମୁହାଁମୁହିଁ ଧକ୍କା, ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

ପଶ୍ଚିମବଙ୍ଗ ବୀରଭୂମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସରକାରୀ ବସ୍ ଏବଂ ଏକ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଘଟଣା ମଙ୍ଗଳବାର ସନ୍ଧ୍ୟାରେ ବୀରଭୂମର ମଲ୍ଲାରପୁର ଅଞ୍ଚଳରେ ରାଜ୍ୟ ରାଜପଥ ନିକଟରେ ଘଟିଛି । ସୂଚନା ଅନୂଯାୟୀ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଅଟୋରେ ସବାର ଥିବା ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଶ୍ରମିକମାନେ କାମ ସାରି ଘରକୁ ଫେରୁଥିଲେ । ସେହିଭଳି ୫-୬ ଜଣ ଗଭୀର ଆହତ ହୋଇଛନ୍ତି । ସେମାନଙ୍କର ରାମପୁରହାଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହା ସହ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ଅନୂଯାୟୀ ମୃତକଙ୍କ ସଂଖ୍ୟା ବଢ଼ିପାରେ । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୂଯାୟୀ, ମୃତକଙ୍କ ମଧ୍ୟରେ ୬ ମହିଳା ଅଛନ୍ତି । ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରାଯାଇଛି ।

Get real time updates directly on you device, subscribe now.