fbpx

Hair Style ଏବଂ ବ୍ଲାଉଜ ଦେଖି ମିଳିବ ପ୍ରମୋସନ: ମହିଳାମାନଙ୍କ ପାଇଁ ଏଠି ରହିଛି ଏମିତି ନିୟମ

ଅଫିସରେ ପ୍ରମୋସନ ପାଇଁ ସମସ୍ତ କର୍ମଚାରୀ ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଅନେକ ସମୟରେ କିଛିଟା କାରଣ ଯୋଗୁଁ ପ୍ରମୋସନ ହୋଇପାରେ ନାହିଁ । ତେବେ ଏଭଳି ଏକ ଘଟଣାର ସାମନା କରିଛନ୍ତି ଜଣେ ମହିଳା । ନିଜ ଲୁକ୍ ଯୋଗୁଁ ତାଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି । ସାମାନ୍ୟ କାରଣରୁ ତାଙ୍କ ପ୍ରମୋସନ ରକି ଦିଆଯାଇଥିବା ସେ ଦାବି କରିଛନ୍ତି । ହେୟାର ଷ୍ଟାଇଲ ଏବଂ ବ୍ଲାଉଜ ଯୋଗୁଁ ତାଙ୍କ ସହ ଏଭଳି ଭେଦଭାବ କରାଯାଇଛଇ ।

ଜର୍ମାନୀର କ୍ରିଷ୍ଟିନାଙ୍କୁ ନିଜ ଶରୀରେ ଟାଟୁ କରିବା ଏବଂ ବଡି ମଡିଫିକେସନ କରିବା ଖୁବ ପସନ୍ଦ ଥିଲା । ଯେଉଁଥିପାଇଁ ନିଜ ଶରୀରରେ ସେ ଅନେକ ଟାଟୁ ତିଆରି କରିଥିଲେ । ତେବେ ଏହି ଲୁକ୍ କାରଣରୁ ସେ ନିଜ ଅଫିସରେ ଅଣଦେଖା ହୋଇଛନ୍ତି । ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିବା କୁହାଯାଉଛି । ଅପିସରେ ଯଦି ପ୍ରମୋସନ ଚାହାନ୍ତି, ତେବେ ସୁନ୍ଦର ହେୟାର ଷ୍ଟାଇଲ ଏବଂ ଭଲ ବ୍ଲାଉଜ ପିନ୍ଧି ଆସିବାକୁ କ୍ରିଷ୍ଟିନାଙ୍କୁ କହିଛନ୍ତି ଅଫିସର ବସ୍ ।

ତେବେ କ୍ରିଷ୍ଟିନା ମଧ୍ୟ ଏହାର ଏକ ମଧୁର ଏବଂ ଜବରଦସ୍ତ ପ୍ରତିଶୋଧ ନେଇଛନ୍ତି । ଏହି ଭେଦଭାବକୁ ବିରୋଧ କରି ସେ ସେହି ଅଫିସର ଅନ୍ୟ ଏକ ଡିପାର୍ଟମେଣ୍ଟ ଚାକିରି ହାସଲ କରି ନେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କୁ ଲୁକ କ୍ୁ ନେଇ କମେଣ୍ଟ କରିଥିବା ବସଙ୍କ ଉପର ପଦରେ ସେ ଚାକିରି କରିବା ଆରମ୍ଭ କରି ଦେଇଛନ୍ତି ।

ସୂଚନା ଅନୁସାରେ, କ୍ରିଷ୍ଟିନା ୯ ବର୍ଷ ବୟସରୁ ହିଁ ଦେହରେ ଟାଟୁ କରିବା ଏବଂ ବଡି ମଡିଫିକେସନ କରିବା ଆରମ୍ଭ କରିଛନ୍ତି । ଏହି ଟାଟୁ ତାଙ୍କୁ ସୁଟ କରିବା ସହ ତାଙ୍କ ସୁନ୍ଦରତାର ପରିଭାଷା ବୋଲି କହିଛନ୍ତି କ୍ରିଷ୍ଟିନା । ଏହାସହ ଆଇନାରେ ସେ ଏହି ଟାଟୁକୁ ନ ଦେଖି ନିଜକୁ ଦେଖନ୍ତି ଯାହା ତାଙ୍କୁ ଆତ୍ମ ବିଶ୍ୱାସ ଦେଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.