fbpx

(video)ବିଶାଳ ବେଲୁନ୍‌ରେ ମହାକାଶ ବୁଲାଇବ ଏହି କମ୍ପାନୀ, ୫ଷ୍ଟାର ହୋଟେଲ ପରି ରହିଛି ସୁବିଧା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସ୍ପେସ୍‌ଏକ୍ସ ପରି ରକେଟ୍ ଆସିବା ପରେ ମହାକାଶ ଯାତ୍ରା ବହୁତ ସହଜ ହୋଇଯାଇଛଇ । ବହୁ କମ୍ପାନୀ ଏବେ ମହାକାଶ ଯାତ୍ରା କରାଇବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଫ୍ଲୋରିଡାର କମ୍ପାନୀ ସ୍ପେସ୍ ପର୍ସପେକ୍‌ଟିଭ୍ । ଏହି କମ୍ପାନୀ ବେଲୁନ୍‌ରେ ଲୋକଙ୍କୁ ମହାକଶ ପଠାଇବାକୁ ପ୍ରସ୍ତୁତି କରୁଛି । ଏହା ସହିତ ଏଥିରେ ଆପଣଙ୍କୁ ପଞ୍ଚତାରକା ହୋଟେଲର ମଜା ବି ମିଳିବ । ଏକ ସଙ୍ଗେ ୮ ଜଣ ଯାତ୍ରୀଙ୍କୁ ଛିଡା ହୋଇ ବୁଲିବା, କକ୍‌ଟେଲ ପିଇବା, ରୋମାଣ୍ଟିକ୍ ଡିନର, ପାର୍ଟି ଆୟୋଜନ କରିବା ଏପରିକି ବିବାହ କରିବାର ସୁଯୋଗ ବି ମିଳିବ । କିନ୍ତୁ ଏସବୁ ଏତେ ଶସ୍ତା ନୁହେଁ । ଆସନ୍ତୁ ଜାଣିବା ଏହି ସୁବିଧା କେଉଁଠି ଆରମ୍ଭ ହେଉଛି ଓ ଏକ ଯୋଡିଙ୍କ ଯାତ୍ରା ପାଇଁ କେତେ ପଇସା ଖର୍ଚ୍ଚ ହେବ ।

ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଫ୍ଲୋରିଡାର କମ୍ପାନୀ ସ୍ପେସ୍ ପର୍ସପେକଟିଭ୍ ବିଶ୍ୱର ପ୍ରଥମ ମହାକାଶ ହୋଟେଲ ନିର୍ମାଣ କରୁଛି । ଆଗାମୀ ବର୍ଷରୁ ଏହାର ଉଡାଣ ଆରମ୍ଭ କରିବାର ଯୋଜନା ରହିଛି । ଦେଖିବାକୁ ଏହା ଏକ ବେଲୁନ୍ ପରି ନଜର ଆସିବ ଓ ଏହା ପୃଥିବୀ ଠାରୁ ୨୯ କିଲୋମିଟର ଉପରେ ଧୀରେ ଧୀରେ ଉଡୁଥିବାର ନଜର ଆସିବ । ଏଥିରେ ଆରାମଦାୟକ ସିଟ୍ ଲାଗିଛି ଯାହା ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରିବ । ଏହାର ଦ୍ୱାର ବାଟେ ଆପଣ ମହାକାଶରୁ ପୃଥିବୀର ସୁନ୍ଦର ଦୃଶ୍ୟ ଦେଖିପାରିବେ । ଏହା ମଧ୍ୟରେ ଏକ ସ୍ପା ବାଥରୁମ୍ ଓ ଏକ ଆକର୍ଷଣୀୟ ବାର୍ ବି ରହିଛି ଯେଉଁଠି ଆପଣ କକଟେଲ୍‌ର ମଜା ନେଇପାରିବେ।

କମ୍ପାନୀ ଏହାର ନାମ ନେପଚୁନ୍ ରଖିଛି । ଅନ୍ୟ ମହାକାଶ ଯାନ ଘଣ୍ଟା ପ୍ରତି ୧୭,୦୦୦ ମାଇଲ୍ ବେଗରେ ଆକାଶଷର ଉଡୁଥିବା ବେଳେ ଏହି ଲଗଜୁରୀ ମହାକାଶ ଯାନ ଘଣ୍ଟା ପ୍ରତି ୧୨ ମାଇଲ ବେଗରେ ମହାକାଶରେ ଯାତ୍ରା କରିବ । ଏଥିରେ ୱାଇଫାଇ ସୁବିଧା ବି ରହିବ । ଏଣୁ ଆପଣ ମହାକାଶରୁ ପୃଥିବୀର ଫଟୋ ଉଠାଇ ତୁରନ୍ତ ନିଜ ପ୍ରିୟଜନଙ୍କ ପାଖକୁ ଫେରିଆସି ପାରିବେ । ଏହାକୁ ମହାସାଗରରେ ଲଞ୍ଚ କରାଯିବ ଓ ଯେତେବେଳେ ଯାତ୍ରା ସମାପ୍ତ ହେବ ସେତେବେଳେ ଏହା ସମୁଦ୍ର ପାଣିରେ ପହଁରି ପହଁରି ଲଞ୍ଚପ୍ୟାଡରେ ଓହ୍ଲାଇବ । ଏହା ବିଶ୍ୱର ପ୍ରଥମ କାର୍ବନ ନ୍ୟୁଟ୍ରାଲ ମହାକାଶ ଯାନ ହେବ । କାରଣ ଏହାକୁ ହାଇଡ୍ରୋଜେନ୍ ଦ୍ୱାରା ପରିଚାଳନା କରାଯିବ । ଏଥିପାଇଁ କୌଣସି ରକେଟ୍‌ର ସାହାଯ୍ୟ ନିଆଯିବ ନାହିଁ ।

Get real time updates directly on you device, subscribe now.