fbpx

ରାଶି ପରିବର୍ତ୍ତନ କରିବାରକୁ ଯାଉଛନ୍ତି ଦେବଗୁରୁ ବୃହସ୍ପତି; ଜାଣନ୍ତୁ କେଉଁ ଦିନ କରିବେ ଗୋଚର?

ଓଡ଼ିଶା ଭାସ୍କର: ବୃହସ୍ପତି ବର୍ଷକୁ ଥରେ ତାଙ୍କର ଗତିପଥ ବଦଳାନ୍ତି ବା ତାଙ୍କର ଗୋଚର ହୋଇଥାଏ। ଆସନ୍ତୁ ଜାଣିବା ୨୦୨୪ ମସିହାରେ ବୃହସ୍ପତିଙ୍କ ଗୋଚର କେବେ ହେବ। ଦେବଗୁରୁ ବୃହସ୍ପତିଙ୍କୁ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କ ଗୋଚର ଅର୍ଥନୈତିକ ଓ ବ୍ୟବସାୟିକ ବୃଦ୍ଧି କରିଥାଏ। ୨୦୨୪ ମସିହାରେ ବୃହସ୍ପତିଙ୍କ ପରିକ୍ରମା ମେ ୧, ବୁଧବାର ଅପରାହ୍ନ ୧ଟା ୫୦ରେ ହେବ।

ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ବସିଛନ୍ତି। ମେଷ ରାଶିରେ ବୃହସ୍ପତିଙ୍କ ଗୋଚର ୨୨ ଏପ୍ରିଲ ୨୦୨୩ରେ ହୋଇଥିଲା । ଏବେ ପ୍ରାୟ ୧ ବର୍ଷ ପରେ ବୃହସ୍ପତି ରାଶି ପରିବର୍ତ୍ତନ କରିବେ। ବୃହସ୍ପତି ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ।ଏହାପରେ ବୃହସ୍ପତି ୧୪ ମେ ୨୦୨୫ରେ ମିଥୁନ ରାଶିରେ ପ୍ରବେଶ କରିବେ। ୨୦୨୫ ମସିହାରେ ବୃହସ୍ପତି ୩ ଥର ପରିକ୍ରମା କରିବ। ଦେବ ଗୁରୁ ବୃହସ୍ପତି ଗୋଟିଏ ରାଶିରେ ୧୨ ମାସ ଅର୍ଥାତ୍ ଏକ ବର୍ଷ ରହିଥାଆନ୍ତି।  ଏହାପରେ ରାଶି ବଦଳାନ୍ତି।

ଏହିପରି ଭାବରେ ବୃହସ୍ପତିଙ୍କୁ ଗୋଟିଏ ରାଶିକୁ ଫେରିବା ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗିଥାଏ। ବୃହସ୍ପତିଙ୍କ ଗୋଚର ବହୁତ ଧୀର ହୋଇଥାଏ। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ୧୨ରୁ ୧୩ ମାସ ସମୟ ନେଇଥାନ୍ତି। ଦେବଗୁରୁ ବୃହସ୍ପତି ବିଦ୍ୟା, ବ୍ୟବସାୟ ଏବଂ ଭାଗ୍ୟର ପ୍ରତିକ ଅଟନ୍ତି। ଯଦି ଆପଣଙ୍କ ଜାତକରେ ବୃହସ୍ପତିଙ୍କ ସ୍ଥିତି ଖରାପ ରହିଛି, ତେବେ ଆପଣଙ୍କ ଭାଗ୍ୟ, ଆପଣଙ୍କୁ ସାଥ ଦିଏ ନାହିଁ। ଆପଣଙ୍କ କାମରେ ବାଧା ଉପୁଜି ଥାଏ। ଏପରିକି ବିବାହ ସମ୍ୱନ୍ଧୀୟ ସମସ୍ୟା ହୋଇଥାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମସ୍ୟା ଆସିଥାଏ।

Get real time updates directly on you device, subscribe now.