ବିଶ୍ୱର ଏହି ଦେଶରେ ପଢ଼ୁଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ, ଜାଣନ୍ତୁ କେତେ ରହିଛି ସଂଖ୍ୟା?

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱବାସୀ । ଅନେକ ଦେଶ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିବା ସହ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ଅନେକ ନାଗରିକ ଋଷ ଛାଡ଼ିଛନ୍ତି । ଅନେକ ନାଗରିକ ଯୁଦ୍ଧ ବିଭୀଷିକା ମଧ୍ୟରେ ଫସିରହିଛନ୍ତି । ବହୁମାତ୍ରାରେ ଭାରତୀୟ ମଧ୍ୟ ଋଷରେ ଫସିରହିଥିଲେ । ସେମାନଙ୍କୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇଛି ।

ଭାରତରେ ବଡ଼ ସଂଖ୍ୟାରେ ଛାତ୍ର ବିଦେଶକୁ ପଢ଼ିବାକୁ ଯାଇଥାନ୍ତି । ଯୁଦ୍ଧ ହେଉଥିବା ୟୁକ୍ରେନରେ ପ୍ରାୟ ୧୮,୦୦୦ ଭାରତୀୟ ଛାତ୍ର ରହିଥିଲେ । ସେହିଭଳି ବିଶ୍ୱରେ ଏହି ଛାତ୍ରମାନଙ୍କ ସଂଖ୍ୟା ୧୧ ଲକ୍ଷରୁ ଅଧିକ ରହିଛି । ଏମିତିରେ ଆସନ୍ତୁ ଜାଣିବା ବିଶ୍ୱରେ କେଉଁ କେଉଁ ଦେଶରେ କେତେ ଭାରତୀୟ ଛାତ୍ର ରହିଛନ୍ତି ।

ଏହି ଦେଶରେ ପଢ଼ୁଛନ୍ତି ସବୁଠାରୁ ଅଧିକ ଭାରତୀୟ:

ସବୁଠାରୁ ଅଧିକ ଭାରତୀୟ ଛାତ୍ର ଦୁବାଇରେ ରହି ପାଠ ପଢ଼ୁଛନ୍ତି ଦୁବାଇରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ୨,୧୯,୫୦୦ ରହିଛି । ଏହା ପଛକୁ କାନାଡା, ଏଠାରେ ୨,୧୫, ୭୨୦ ଭାରତୀୟ ଛାତ୍ର ପାଠପଢୁଛନ୍ତି । ତୃତୀୟରେ ରହିଛି ଆମେରିକା ଯେଉଁଠରେ ୨,୧୧,୯୩୦ ଛାତ୍ର ପାଠ ପଢ଼ୁଛନ୍ତି । ସେହିପରି ଚତୁର୍ଥରେ ଅଷ୍ଟ୍ରେଲିଆରେ ପଢ଼ୁଛନ୍ତି ୯୨,୩୮୩ ଛାତ୍ରଛାତ୍ରୀ ।

ଏହାପରେ ସାଉଦି ଆରବରେ ୮୦,୮୦୦ । ବ୍ରିଟେନରେ ୪୪,୪୬୫ । ଓମାନରେ ୪୩,୬୦୦ ।  ନିଉଜିଲାଣ୍ଡରେ ୩୦,୦୦୦ ଛାତ୍ର । ଚୀନରେ ପ୍ରାୟ ୨୩,୦୦୦ ଛାତ୍ର । ଜର୍ମାନୀରେ ୨୦,୮୧୦ । ଋଷରେ ୧୬,୫୦୦ ଭାରତୀୟ ଛାତ୍ର ପଢ଼ୁଛନ୍ତି । ଫିଲିପିନ୍ସରେ ପ୍ରାୟ ୧୫,୦୦୦ । ଫ୍ରାନ୍ସରେ ୧୦,୦୦୦  । କାଜାକିସ୍ତାନରେ ୫,୩୦୦ । ବାଙ୍ଗଲାଦେଶରେ ବର୍ତ୍ତମାନ ୫,୨୦୦ ଭାରତୀୟ ଛାତ୍ର ପଢ଼ୁଛନ୍ତି । ନେପାଳରେ ବର୍ତ୍ତମାନ ୨୨୦୦ ଭାରତୀୟ ଛାତ୍ର ରହିଛନ୍ତି । ଇରାନରେ ପ୍ରାୟ ୧୭୦୦ ଛାତ୍ର ରହିଛନ୍ତି । ଜାପାନରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ୧୬୯୪ ରହିଛି ।

ପାକିସ୍ତାନରେ ମଧ୍ୟ କିଛି ଭାରତୀୟ ଛାତ୍ର ରହିଛନ୍ତି ଯେଉଁମାନଙ୍କର ସଂଖ୍ୟା ରହିଛି ୨୩୦ । ବ୍ରାଜିଲରେ ସବୁଠାରୁ କମ୍ ଭାରତୀୟ ରହିଛନ୍ତି ଏଠାରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ୪ ରହିଛି । ରିପୋର୍ଟ ଅନୁଯାୟୀ ସ୍ପେନ, ତୁର୍କୀ, ମିଶ୍ର ସୂଡାନ, ପୋଲାଣ୍ଡ ସହ ଅନ୍ୟ ଦଶରେ ପଢ଼ୁଥିବା ଛାତ୍ରଙ୍କ ସଂଖ୍ୟା ୧୧,୩୩,୭୪୯ ଟଙ୍କା ରହିଛି ।