fbpx
BJD SKY
BJD SKY

ଛାତିକୁ ହର୍ଟ କଲା ନବମ ଶ୍ରେଣୀ ଛାତ୍ରୀ: ପ୍ରେମ ନିବେଦନ କରି ଥାନାରେ ପ୍ରଧାନ ଶିକ୍ଷକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ ଶ୍ରେଣୀ ଝିଅଟା ଛାତିକୁ ମୋ ହର୍ଟ କରୁଛି । ଏହି ଗୀତତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଏହି ଓଡ଼ିଆ ଆଲବମ ଗୀତକୁ ଟିକିଏ ଗମ୍ଭୀରତାର ସହିତ ନେଇ ଯାଇଥିଲେ ଶିକ୍ଷକ । ଆଉ କଳଙ୍କିତ ହୋଇ ଯାଇଥିଲା ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କ । ଜନୈକ ନବମ ଶ୍ରେଣୀ ଛାତ୍ରୀକୁ ପ୍ରପୋଜ କରି ଥାନାରେ ଅଟକ ରହିଛନ୍ତି ଶିକ୍ଷକ ।

ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ଭବାନୀ ପାଟଣା ଅଞ୍ଚଳରେ । ଭବାନୀପାଟଣା ଆଦର୍ଶ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ପୋଲିସ ଅଟକ ରଖିଛି । ଟାଉନ ଥାନାରେ ଶିକ୍ଷକ ଜଣଙ୍କୁ ଅଟକ ରଖାଯାଇଛି ।

Get real time updates directly on you device, subscribe now.