୬.୦ ତୀବ୍ରତାର ଭୂକମ୍ପରେ ଥରିଲା ଏହି ଦେଶ, ବାଲି ଘର ପରି ଭୁଶୁଡ଼ି ପଡ଼ିଲା କୋଠା

ବିଳମ୍ୱିତ ରାତିରେ ଭୟଙ୍କର ଭୂମିକମ୍ପ ଝଟକା।

ତୁର୍କୀ: ପୁଣି ଭୂକମ୍ପ ଝଟକା। ବିଳମ୍ୱିତ ରାତିରେ ଥରିଲା ପୃଥିବୀ ଭୟରେ ଘରୁ ବାହାରି ଆସିଲେ ଲୋକେ। ଏପରିକି ଭୂକମ୍ପର ଝଟକା କମ୍ ନଥିଲା ବରଂ ତୀବ୍ର ଥିଲା। ଯାହା ଫଳରେ ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିପାରିଲେ।

ତେବେ ଏହି ଭୂକମ୍ପ ଭାରତରେ ହୋଇନାହିଁ ତୁର୍କୀରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭାରତୀୟ ସମୟ ଅନୁସାରେ ରାତି ୧୦:୨୩ ସମୟରେ ତୁର୍କୀରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ୩୯.୧୪° ଉତ୍ତର ଅକ୍ଷାଂଶ ଏବଂ ୨୮.୧୩° ପୂର୍ବ ଦ୍ରାଘିମାରେ ଥିଲା, ଯାହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିଲା।

ଏହି ଭୂମିକମ୍ପର ଝଟକା ତୁର୍କୀର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା। ଇସ୍ତାନବୁଲରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

ପ୍ରାଥମିକ ସୂଚନା ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଲିକେସିର ସିନ୍ଦିର୍ଗିରେ ଥିଲା। ତେଣୁ ସିନ୍ଦିର୍ଗିରେ ଏକ କୋଠା ଭୁଶୁଡ଼ି ପଡ଼ିଛି କିନ୍ତୁ କୌଣସି ଜୀବନ ହାନିର ସୂଚନା ମିଳିନାହିଁ।