fbpx

ପୁରୁଷଙ୍କ SEX ଲାଇଫକୁ ଖରାପ କରିଦିଏ ଏହି ରୋଗ: ଜାଣନ୍ତୁ କିପରି ପାଇବେ ମୁକ୍ତି

ଆମ ଶରୀରରେ ଥିବା ଥାଇରଏଡ୍ ଗ୍ରନ୍ଥି ଅନେକ ପ୍ରକାରର ହରମୋନ୍ ତିଆରି କରିଥାଏ । ଏହି ହରମୋନ୍ ଶରୀରର ଅନେକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ । ଶରୀରରେ ଥାଇରଏଡ୍ ସ୍ତରର ଅତ୍ୟଧିକ ବୃଦ୍ଧି କିମ୍ବା ହ୍ରାସ ହେବା ଯୋଗୁଁ ଥାଇରଏଡ୍ ରୋଗ ହୋଇଥାଏ । ସାଧାରଣତଃ ମହିଳାମାନଙ୍କଠାରେ ଥାଇରଏଡ୍ ରୋଗ ଦେଖାଦେଇଥାଏ । ଏଥିରେ ପୀଡିତ ମହିଳାମାନଙ୍କଠାରେ ଦ୍ରୁତ ଓଜନ ବୃଦ୍ଧି ଏବଂ ହ୍ରାସ, ଦୁର୍ବଳତା ଏବଂ କେଶ ଝଡ଼ିବା ଭଳି ସମସ୍ୟା ହୋଇଥାଏ, କିନ୍ତୁ ପୁରୁଷମାନଙ୍କଠାରେ ଥାଇରଏଡ୍ ରୋଗ ମଧ୍ୟ ଦେଖାଯାଏ । ଏଥିରେ ପୀଡିତ ପୁରୁଷମାନଙ୍କ ସେକ୍ସ ଲାଇଫ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଥାଇରଏଡ୍ ହରମୋନ୍ ଅଭାବ କିମ୍ବା ଥାଇରଏଡ୍ ନିୟନ୍ତ୍ରଣ ବାହାରେ ଅନେକ ଅଲଗା ଅଲଗା ସମସ୍ୟା ସୃଷ୍ଟି କରେ । ଏହା ପୁରୁଷଙ୍କ ସେକ୍ସ ଲାଇଫ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଉଚ୍ଚ ସ୍ତରର ଥାଇରଏଡ୍ ହରମୋନ୍ ଗୋନାଡୋଟ୍ରୋପିନ୍ ହରମୋନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ, ଯାହା ଶୁକ୍ରାଣୁ ଗୁଣକୁ ପ୍ରଭାବିତ କରିଥାଏ । ଶୁକ୍ରାଣୁ ଗୁଣରେ ଅସ୍ୱାଭାବିକତା ଥାଇରଏଡ୍ ହରମୋନ୍ କିମ୍ବା ଅତ୍ୟଧିକ ନିଷ୍କ୍ରିୟ ଥାଇରଏଡ୍ ସହିତ ଜଡିତ ହୋଇଥାଏ ।

ବରିଷ୍ଠ ଚିକିତ୍ସକ ଡକ୍ଟର ଅଜୟ କୁମାର କହିଛନ୍ତି ଯେ, ମେଟାବୋଲିଜିମ୍ ଏବଂ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ହରମୋନ୍ ଉତ୍ପାଦନ ପାଇଁ ଥାଇରଏଡ୍ ଗ୍ରନ୍ଥି ଦାୟୀ । ହାଇପରଥାଇରଏଡିଜିମ୍ ବା ହାଇପୋଥାଇରଏଡିଜିମ୍ ସମସ୍ୟା ପୁରୁଷମାନଙ୍କରେ ସ୍ପର୍ମର ଖରାପ କ୍ୱାଲିଟିର କାରଣ ହୋଇପାରେ । ହାଇପୋଥାଇରଏଡିଜିମ୍ ଥିବା ପୁରୁଷମାନଙ୍କରେ ଯୌନ ଇଚ୍ଛା କମିଯାଏ । ତଥାପି ଏହି ଲକ୍ଷଣଗୁଡିକ ହାଇପରଥାଇରଏଡିଜିମ୍ (ବର୍ଦ୍ଧିତ ଥାଇରଏଡ୍) ରୋଗୀଙ୍କଠାରେ ମଧ୍ୟ ଦେଖାଯାଏ । ଏପରି ପରିସ୍ଥିତିରେ ପୁରୁଷମାନଙ୍କ ଶରୀରରେ ଥାଇରଏଡର ସ୍ତର ଯଦି ହ୍ରାସ ପାଉଛି, ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

କିପରି ବର୍ତ୍ତିବେ ?

  • ଯଦି ଆପଣଙ୍କର ଥାଇରଏଡ୍ ରୋଗ ଅଛି, ତେବେ ନିୟମିତ ଭାବରେ ଆପଣଙ୍କର ମେଡିସିନ୍ ନିଅନ୍ତୁ ।
  • ପ୍ରତିଦିନ ବ୍ୟାୟାମ କରନ୍ତୁ ।
  • ଶୋଇବା ଏବଂ ଉଠିବା ସମୟ ସ୍ଥିର କର ।
  • ପ୍ରତିଦିନ ଅତି କମରେ ସାତ ଘଣ୍ଟା ଶୋଇବା ଉଚିତ୍ ।
  • ଓଜନ କମାନ୍ତୁ ।
  • ସମୟ ସମୟରେ ଥାଇରଏଡ୍ ପରୀକ୍ଷା କରନ୍ତୁ ।

Get real time updates directly on you device, subscribe now.